ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି

ସିଓଲ,୩୦ା୧୦: ଦକ୍ଷିଣ କୋରିଆରେ ଶନିବାର ବିଳମ୍ବିତ ରାତିରେ ଘଟିଥିବା ଅଘଟଣରେ ରାଷ୍ଟ୍ରପତି ୟୋନ୍‌ ସୁକ୍‌ ହୋଲ ରବିବାର ଜାତୀୟ ଶୋକ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ସିଓଲରେ ଏକ ଜନଗହଳିପୂର୍ଣ୍ଣ ହଲୋଇନ ଇଭେଣ୍ଟରେ ୧୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ଆହତମାନଙ୍କ ଚିକିତ୍ସା ପାଇଁ ତଥା ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପାଇଁ ଅନ୍ତିମ ସଂସ୍କାର ପାଇଁ ସରକାର ଖର୍ଚ୍ଚ ଦେବେ। ରାଜଧାନୀର ଲୋକପ୍ରିୟ ଇଟାଓ୍ବାନ ଜିଲାରେ ଏହି ଘଟଣା ଘଟିଥିଲା। ଏଥିରେ ୧ ଲକ୍ଷରୁ ଅଧିକ ଲୋକଙ୍କ ସମାବେଶ ହୋଇଥିଲା। ମୁଖ୍ୟତଃ ୨୦ ବର୍ଷରେ ସେମାନେ ଏହି ଉତ୍ସବ ପାଳନ କରିବାକୁ ଏକାଠି ହୋଇଥିଲେ।

Share