ଓ୍ବାଶିଂଟନ,୨୭।୪ : ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ ସୁକ-ୟୋଲ ବର୍ତ୍ତମାନ ଆମେରିକାରେ ଅଛନ୍ତି। ତାଙ୍କୁ ବୁଧବାର ରାତିରେ ଏକ ଭିନ୍ନ ମୁଡରେ ଦେଖିବାକୁ ମିଳିଥିଲା। ଏପରିକି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୋଲଙ୍କ ଏଭଳି ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ହ୍ବାଇଟ ହାଉସରେ ୟୋଲଙ୍କ ପାଇଁ ଏକ ରାତ୍ରୀ ଭୋଜନର ଆୟୋଜନ କରାଯାଇଥିଲା। ଏଠାରେ ଖାଦ୍ୟ ଖାଇବା ପରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ହଠାତ ମାଇକ ନେଇ ଏକ ଇଂରାଜୀ ଗୀତ ଗାଇବା ଆରମ୍ଭ କରିଥିଲେ। ଏହା ବାଇଡେନଙ୍କୁ ଚକିତ କରିଥିଲା।
ବାଇଡେନ, ତାଙ୍କ ସ୍ତ୍ରୀ ଜିଲ ବାଇଡେନ ରାଷ୍ଟ୍ରପତି ୟୋଲ ଏବଂ ତାଙ୍କ ସ୍ତ୍ରୀ କିମ କିନଙ୍କ ପାଇଁ ରାତ୍ରୀ ଭୋଜନ ଆୟୋଜନ କରିଥିଲେ। ଯେତେବେଳେ ସମସ୍ତେ ଡାଇନିଂ ରୁମକୁ ଗଲେ, ବ୍ରଡୱେ ତାରକା ନର୍ମ ଲୁଇସ, ଲି ସାଲୋଙ୍ଗା ଏବଂ ଜେସିକା ଭୋସ୍କ ଗୀତ ଗାଉଥିଲେ। ତା’ପରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋଲ ମାଇକ ଧରି ଆମେରିକୀୟ ପାଇ ଗୀତ ଗାଇବା ଆରମ୍ଭ କରିଥିଲେ।