ପରୀକ୍ଷାରେ ଶିକ୍ଷକ ଖାତା ନେଇଯିବାରୁ ସରକାରଙ୍କ ବିରୋଧରେ ମାମଲା ଦାୟର କଲେ ଛାତ୍ର, କ୍ଷତିପୂରଣ ଦାବି

ସିଓଲ,୨୪।୧୨: ପରୀକ୍ଷା ଦ୍ୱାରା ଛାତ୍ରୀଛାତ୍ର ବର୍ଷକର ସିଲାବସକୁ କିପରି ଅଧ୍ୟୟନ କରିବାକୁ ସକ୍ଷମ ହୋଇଛନ୍ତି, ତାହା ଜାଣିବାରେ ଧାରଣା ଦେଇଥାଏ। ପରୀକ୍ଷା କେବଳ ବିଦ୍ୟାଳୟ କିମ୍ବା କଲେଜ ସ୍ତରୀୟ ଶିକ୍ଷାର ମୂଲ୍ୟାଙ୍କନ ପାଇଁ ନୁହେଁ ବରଂ ଚାକିରି ପାଇଁ ମଧ୍ୟ କରାଯାଏ। ପରୀକ୍ଷା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟରେ ଶେଷ ହୋଇଥାଏ। ଛାତ୍ରୀଛାତ୍ର ନିର୍ଦ୍ଧାରିତ ସମୟନୁସାରେ ସେମାନଙ୍କର ପରୀକ୍ଷା ଶେଷ କରିଥାନ୍ତି। ହେଲେ ଖାତା ସରି ନ ଥିଲେ ଛାତ୍ର, ଶିକ୍ଷକଙ୍କୁ ଅତିରିକ୍ତ ସମୟ ମାଗିଥାନ୍ତି। ହେଲେ ସେତିକି ସମୟ ଶିକ୍ଷକ ନ ଦେଲେ ଛାତ୍ର ଯଦି ସରକାରଙ୍କ ବିରୋଧରେ ଅଭିଯୋଗ କରନ୍ତି। ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ମାତ୍ର ଏପରି ଘଟଣା ଘଟିଛି।
ଦକ୍ଷିଣ କୋରିଆର ଏକ ଛାତ୍ରଗୋଷ୍ଠୀ ନିକଟରେ ସରକାରଙ୍କ ବିରୋଧରେ ଅଭିଯୋଗ କରି ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

ଘଟଣାଟି ହେଉଛି ଯେ, ଦକ୍ଷିଣ କୋରିଆରେ ସବୁଠାରୁ କଷ୍ଟକର ପରୀକ୍ଷା ହେଉଛି ସୁନଙ୍ଗେ। କଲେଜ ପ୍ରବେଶିକା ପାଇଁ ଏହି ପରୀକ୍ଷା ଦିଆଯାଇଥାଏ। ଦକ୍ଷିଣ କୋରିଆର ସିଓଲରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାର ସମୟ ସରିବା ପରେ ଛାତ୍ର, ଶିକ୍ଷକଙ୍କୁ ଅତିରିକ୍ତ ସମୟ ମାଗଥିଲେ। କିନ୍ତୁ ଶିକ୍ଷକ ସେମାନଙ୍କ କାଗଜପତ୍ର ଛଡ଼ାଇ ନେଇଥିଲେ। ପରେ ଶିକ୍ଷକ ଦୟାପରବେଶ ହୋଇ ଛାତ୍ରମାନଙ୍କୁ ଦେଢ ମିନିଟ ଅତିରିକ୍ତ ସମୟ ଦେଇଥିଲେ। ଏହି ଦେଢ ମିନିଟରେ ସେମାନଙ୍କୁ କେବଳ ଖାଲି ସ୍ତମ୍ଭ ପୂରଣ କରିବାକୁ ଅନୁମତି ଦିଆଯାଇଥିଲା। ଏହି ସମୟରେ କୌଣସି ଉତ୍ତରକୁ ପରିବର୍ତ୍ତନ କରିବାକୁ ଅନୁମତି ନ ଥିଲା। ଏଭଳି ପରିସ୍ଥିତିରେ ଅସନ୍ତୋଷ ହୋଇ କିଛି ଛାତ୍ର ପରୀକ୍ଷା ଛାଡି ସରକାରଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

ସୂଚନା ଥାଉ କି, ସୁନଙ୍ଗେ ସବୁଠାରୁ ଦୀର୍ଘସମୟ ଚାଲୁଥିବା ଓ କଷ୍ଟଦାୟକ ପରୀକ୍ଷା ଭାବରେ ଦେଶରେ ଜଣାଶୁଣା। ଛାତ୍ରୀଛାତ୍ର ଏଥିପାଇଁ କଠିନ ପରିଶ୍ରମ କରିଥାନ୍ତି। ଏହି ପରୀକ୍ଷାକୁ ଦେଶରେ ‘ଜୀବନ ପରିବର୍ତ୍ତନକାରୀ ପରୀକ୍ଷା’ ମଧ୍ୟ କୁହାଯାଏ। ଏହି ପରୀକ୍ଷା କେବଳ କଲେଜରେ ନାମଲେଖା ପାଇଁ ନୁହେଁ କ୍ୟାରିୟର ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥାଏ। ପରୀକ୍ଷାର ରେଜଲ୍ଟ ଜାଣିବା ପାଇଁ କେବଳ ପିଲାଙ୍କ ପରିବାର ନୁହେଁ ସରକାର ଠାରୁ ଆରମ୍ଭ କରି ପୁରା ଦେଶ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।

ସୂଚନା ଅନୁଯାୟୀ, ଏହି ପରୀକ୍ଷା ଦୀର୍ଘ ୮ଘଣ୍ଟା ଧରି ଚାଲିଥାଏ। ମୋଟ ୮ ଘଣ୍ଟା ପରୀକ୍ଷା ସମୟରେ ଦକ୍ଷିଣ କୋରିଆ ସରକାର ନିଜର ଆକାଶ ସୀମା ମଧ୍ୟ ବନ୍ଦ କରିଦେଇଥାନ୍ତି। କେବଳ ଏତିକି ନୁହେଁ, ପରୀକ୍ଷା ଚାଲୁଥିବା ସମୟରେ ସରକାର ଷ୍ଟକ ମାର୍କେଟ ବନ୍ଦ କରିଦେଇଥାନ୍ତି ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ଧ୍ୟାନ ଭଙ୍ଗ ନ ହୁଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ପୋଲିଓ ଟିକାକରଣ ବନ୍ଦ କଲା ତାଲିବାନ୍‌

ଦୁବାଇ,୧୬ା୯: ଆଫଗାନିସ୍ତାନରେ ଚାଲିଥିବା ପୋଲିଓ ଟିକାକରଣ ଅଭିଯାନକୁ ଶାସକ ତାଲିବାନ ବନ୍ଦ କରିଦେଇଥିବା ଜାତିସଂଘ ସୋମବାର କହିଛି। ସାରା ବିଶ୍ୱରେ ପୋଲିଓ ସଂକ୍ରମଣ ବନ୍ଦ ହୋଇଥିବାବେଳେ...

ବୁଡିବ ଚାଇନା, ତାଣ୍ଡବ ରଚୁଛି ବେବିଙ୍କା

ବେଜିଂ,୧୬।୯: ଘୁର୍ଣ୍ଣିଝଡ଼ ବେବିଙ୍କା ସୋମବାର ସାଂଘାଇରେ ଳ୍ୟାଣ୍ଡଫଲ କରିଛି। ସାଂଘାଇ ସେଣ୍ଟ୍ରାଲ ମେଟେରୋଲୋଜିକାଲ ଅବଜରଭେଟୋରୀ ଅନୁଯାୟୀ ସ୍ଥାନୀୟ ସମୟ ପ୍ରାୟ ୭ଟା ୩୦ ସମୟରେ ଏହି...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ପାକିସ୍ତାନ ସହ ଆଣବିକ ଚୁକ୍ତି ସ୍ବାକ୍ଷର କରିବ ବାଂଲାଦେଶ, ଭାରତର ପ୍ରତିଶୋଧ ନେବାକୁ…

ଢାକା,୧୬ା୯: ଶେଖ୍‌ ହାସିନାଙ୍କ ପତ୍ତନ ପରେ ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଢାକା ବିଶ୍ୱବିଦ୍ୟାଳୟର ପ୍ରଫେସର ବର୍ତ୍ତମାନ ଏପରି ବିବୃତ୍ତି ଦେଇଛନ୍ତି, ଯାହା...

ଟ୍ରମ୍ପଙ୍କୁ ଗୁଳି କରିଥିବା ବ୍ୟକ୍ତିଙ୍କ ଇଚ୍ଛା ଜାଣିଲେ ହେବେ ଚକିତ, ରୁଷିଆ ବିରୋଧରେ ଯୁଦ୍ଧ ଲଢିବାକୁ ଚାହୁଁଥିଲେ…

ଓ୍ବାଶିଂଟନ,୧୬।୯: ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ଗଲ୍ଫ କ୍ଲବ ବାହାରେ ଦୁଇ ଜଣ ବ୍ୟକ୍ତି ପରସ୍ପର ଉପରକୁ ଗୁଳି...

କାନାଡାରେ ଭୟଙ୍କର ଭୂମିକମ୍ପ: ଲୋକେ ଭୟଭୀତ

ଓଟଓ୍ବା,୧୬।୯: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଉତ୍ତର ଉପକୂଳରେ ଦୁଇଥର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ମାପ କରାଯାଇଛି।...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri