କମିବ ଲୋକଙ୍କ ବୟସ

ସିଓଲ,୯।୧୨: ଦକ୍ଷିଣ କୋରିଆ ସରକାର ପାରମ୍ପରିକ ବୟସ ଗଣନା ପଦ୍ଧତିକୁ ରଦ୍ଦ କରିବା ପାଇଁ ଗୁରୁବାର ଏକ ଆଇନ ପ୍ରଣୟନ କରିଛନ୍ତି। ଫଳରେ ସରକାର ବୟସ ଗଣନା ପାଇଁ ଅନ୍ତର୍ଜାତୀୟମାନ ବ୍ୟବହାର କରିବେ। ଫଳରେ ନାଗରିକମାନଙ୍କ ବୟସ ୧ରୁ ୨ ବର୍ଷ କମିବ ବୋଲି ସରକାରୀ ଭାବେ କୁହାଯାଇଛି।

କୋରିଆରେ ପିଲା ଜନ୍ମ ହେଲେ ତାଙ୍କୁ ୧ ବର୍ଷ ଧରାଯାଇଥାଏ। ଏପରିକି ପ୍ରତି ଜାନୁୟାରୀରେ ଆଉ ୧ ବର୍ଷ ଯୋଗ କରାଯାଇଥାଏ। ଫଳରେ ବୟସ ଗୋଟିଏ ବର୍ଷ ଅଧିକ ବଢ଼ିଥାଏ।

ଅନ୍ୟପକ୍ଷେ ମଦ ପିଇବା କିମ୍ବା ଧୂମପାନ ଲାଗି ଆଇନଗତ ବୟସ ନିର୍ଦ୍ଧାରଣ ବେଳେ ଜଣକର ବୟସ ଜନ୍ମରୁ ଶୂନ ଭାବେ ବିବେଚନା କରାଯାଇ ପ୍ରତି ଜାନୁୟାରୀ ୧ରେ ବର୍ଷ ଯୋଡ଼ାଯାଇଥାଏ। ତେବେ ୬୦ ଦଶକରୁ ଦକ୍ଷିଣ କୋରିଆରେ ଚିକିତ୍ସା ଏବଂ ଆଇନଗତ କାଗଜପତ୍ର ପ୍ରସ୍ତୁତିରେ ବୟସ ନିର୍ଦ୍ଧାରଣ ଲାଗି ଜନ୍ମ ସମୟକୁ ଶୂନ ବର୍ଷ ଭାବେ ଗ୍ରହଣ କରାଯାଇ ପ୍ରତି ଜନ୍ମତାରିଖରେ ୧ ବର୍ଷ ଯୋଡ଼ାଯାଇ ଆସୁଛି। ତେଣୁ ବୟସକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବାରୁ ସରକାର ପୁରୁଣା ପଦ୍ଧତିକୁ ବଦଳାଇବାକୁ ଆଇନ ଆଣିଛନ୍ତି। ଫଳରେ ୨୦୨୩ ଜାନୁୟାରୀରୁ ସେଠାରେ ନୂଆ ବୟସ ହିସାବ ପଦ୍ଧତି ଲାଗୁ ହେବାକୁ ଯାଉଛି।

Share