ଚଳିତ ବର୍ଷର ନବମ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିବା ବେଳେ ଉତ୍ତର କୋରିଆ ଶନିବାର ସକାଳେ ଏକ ଅଜଣା ମିଶାଇଲ ପରୀକ୍ଷା କରି ଏହାର ପଡୋଶୀ ଦେଶକୁ ଚମକାଇ ଦେଇଛି । ଏହି ମିଶାଇଲ କୋରିଆ ପ୍ରାନ୍ତର ପୂର୍ବ ସାଗରରେ ପରୀକ୍ଷା କରାଯାଇଛି । ଏହି ସୂଚନା ଦକ୍ଷିଣ କୋରିଆ ଆର୍ମି ଚିଫ୍ ଦେଇଛନ୍ତି । ସୂଚନାଯୋଗ୍ୟ, ଉତ୍ତର କୋରିଆ ଚଳିତ ବର୍ଷ ମୋଟ ୯ଟି ମିଶାଇଲ ପରୀକ୍ଷା କରି ସାରିଲାଣି ।
ସୂଚନାଯୋଗ୍ୟ, ଉତ୍ତର କୋରିଆ ଜାନୁୟାରୀରେ ୭ଟି ମିଶାଇଲ ପରୀକ୍ଷା କରିଥିଲା । ଯେଉଁଥିରେ ୨୦୧୭ ପରେ ସବୁଠାରୁ ଶକ୍ତିଶାଳୀ ମିଶାଇଲ ସାମିଲ ଥିଲା । ସେତେବେଳେ କୁହାଯାଇଥିଲା କି ଏକଛତ୍ରବାଦୀ ଶାସକ କିମ ଜୋନ ଉନ ଆମେରିକାର ପୂର୍ବତନ ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଉସକାଇବା ପାଇଁ ଏଭଳି କରିଥିଲେ ।

Share