ଜନ୍ମଦିନ ପୂର୍ବରୁ ପ୍ରଭାସଙ୍କ ସିଡିପି ଭାଇରାଲ

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡରେ ଦମଦାର ଅଭିନୟ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭାସଙ୍କ ସିଡିପି(କମନ ଡିସପ୍ଲେ ପିକଚର) ଏବେ ଭାଇରାଲ ହେବାରେ ଲାଗିଛି । ୨୩ ଅକ୍ଟୋବରରେ ସେ ତାଙ୍କର ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ହେଲେ ଏହାପୂର୍ବରୁ ତାଙ୍କ ସିଡିପି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଆସିଛି ଚର୍ଚ୍ଚାକୁ । ଏହା ହେଉଛି ସେହି ଫଟୋ ଯେଉଁଥିରେ ପ୍ରଶଂସକ ସେମାନଙ୍କ ଫେବରେଟ ଷ୍ଟାରଙ୍କୁ ସମ୍ମାନ ଦେବା ପାଇଁ କୌଣସି ଏକ ଖାସ୍ ଦିନରେ ଡିପି ସ୍ଥାନରେ ବ୍ୟବହାର କରିଥାଆନ୍ତି ।
ପ୍ରଭାସ ଏଥର ତାଙ୍କର ୪୨ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ତାଙ୍କର ଯେଉଁ ସିଡିପି ଭାଇରାଲ ହେଉଛି ସେ ଯେଉଁ ସୁଟ୍ ପିନ୍ଧି ବସିଛନ୍ତି ତାହା ସାଇଥ୍ ସିନେମାର ସମ୍ମାନଜନକ ଲୁକ୍ସ ବୋଲିି କୁହାଯାଉଛି । ସେ ଫର୍ମାଲ ସୁଜ ପିନ୍ଧିଥିବା ବେଳେ ଗଗଲ୍ସ ଲଗାଇଛନ୍ତି । ଏହାକୁ କଲମନିଷ୍ଟ ଓ ଲେଖକ ମନୋବାଲା ବିଜୟନ ଲଞ୍ଚ କରିଛନ୍ତି । ଏହାକୁ ଲଞ୍ଚ କରି ସେ ଲେଖିଛନ୍ତି, ପ୍ୟାନ ଇଣ୍ଡିଆ ଷ୍ଟାର ହାସ୍ ପ୍ରଭାସଙ୍କ ଭବ୍ୟ ଜନ୍ମଦିନ ସମାରୋହ ପାଇଁ ଅଦ୍ଭୁତ କମନ ଡିପି ଲଞ୍ଚ କରିଥିବାରୁ ଖୁସି ଲାଗୁଛି ।

Share