ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା

ଦକ୍ଷିଣ ସିନେମାର ସୁପରଷ୍ଟାର ରାମ ଚରଣ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ଉପସନା କାମିନେନି ଗର୍ଭବତୀ ଅଛନ୍ତି। ରାମ ଚରଣଙ୍କ ପିତା ଚିରଞ୍ଜୀବୀ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଶ୍ରୀ ହନୁମାନ ଜୀଙ୍କ ଆଶୀର୍ବାଦରେ ଉପାସନା ଏବଂ ରାମ ଚରଣ ସେମାନଙ୍କର ପ୍ରଥମ ସନ୍ତାନ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପୋଷ୍ଟରେ ଭଗବାନ ହନୁମାନଙ୍କ ଚିତ୍ର ମଧ୍ୟ ଦୃଶ୍ୟମାନ ହେଉଛି। ରାମ ଚରଣ ମଧ୍ୟ ଏହି ପୋଷ୍ଟକୁ ଶେୟାର କରି ଏକ ହୃଦୟର ଇମୋଜି ଦେଇଛନ୍ତି।
୨୦୧୨ରେ ହାଇଦ୍ରାବାଦରେ ଉଭୟ ରାମ ଚରଣ ଏବଂ ଉପାସନା ବିବାହ କରିଥିଲେ। ଦୁହେଁ ଏକ ସ୍ପୋର୍ଟସ କ୍ଲବରେ ପରସ୍ପରକୁ ଭେଟିଥିଲେ ଏବଂ ପରେ ପ୍ରେମରେ ପଡ଼ିଯାଇଥିଲେ। ବ୍ୟକ୍ତିଗତ ଏବଂ ବୃତ୍ତିଗତ ଭାବରେ ରାମ ଚରଣଙ୍କ ୨୦୨୨ ବର୍ଷ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ତାଙ୍କର ଶେଷ ଫିଲ୍ମ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଆରଆରଆର ଥିଲା। ଏହା ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଏବେ ସେ ପିତା ହେବା ନେଇ ଆଉ ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି।

Share