ସ୍ଥିତି ଅନୁଧ୍ୟାନକଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି

ନବରଙ୍ଗପୁର,୨୬।୨(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ଥାନା ଅଧୀନ ହାତିଗାଁ ପଞ୍ଚାୟତ ଖାଲେପାରାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଚନ୍ଦନ ମଲ୍ଲିକଙ୍କୁ ହତ୍ୟା ଘଟଣାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ନବରଙ୍ଗପୁର ଏସ୍‌ପି ଏସ୍‌.ସୁଶ୍ରୀ, ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଏନ୍‌.କେ.କେ. ପ୍ରସାଦ ଉପସ୍ଥିତ ଥିଲେ। ଡିଆଇଜି ରାଇଘର ଥାନାରେ ମୃତ ଚନ୍ଦନଙ୍କ ସ୍ତ୍ରୀଙ୍କୁ ଭେଟି ସମବେଦନା ଜଣାଇବା ସହ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ସହାୟତା ମିଳିବ ବୋଲି ଡିଆଇଜି କହିଛନ୍ତି।

Share