ଓଡିଶାର ଅନେକ ସ୍ଥାନରୁ ଫେରିଲାଣି ମୌସୁମୀ: ଆଗାମୀ ୨ ଦିନ ସମ୍ପୂର୍ଣ୍ଣ ଅପସରିଯିବ

ଭୁବନେଶ୍ୱର,୧୩।୧୦: ଓଡିଶାରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ, ରବିବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଅନେକ ସ୍ଥାନରୁ ଅପସରି ଗଲାଣି। ତଥା ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଅପସାରଣ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେଓଗଡ଼, ସୋନପୁର, ବରଗଡ, ସମ୍ବଲପୁର, ସୁନ୍ଦରଗଡ, ଏବଂ ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମର କିଛି ଅଂଶରୁ ଅପସରି ଯାଇଛି।

ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ଭାରତ ମହାସାଗର ମଧ୍ୟମ ଟ୍ରପୋସଫେରିକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଏହାର ପ୍ରଭାବରେ ଅକ୍ଟୋବର ୧୪  ରେ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ।

ତେବେ ବର୍ତମାନ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିବା ଆରମ୍ଭ କରିଥିବା ଦେଖୁଇବାକୁ ମିଳିଛି। ଏହି କ୍ରମରେ ଗୁଜୁରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ର, ଛତିଶଗଡର କିଛି ଅଂଶ ଏବଂ ଓଡିଶା, ପଶ୍ଚିମବଙ୍ଗ ଏବଂ ସିକ୍କିମର କିଛି ଅଂଶରୁ ଦକ୍ଷିଣ-ପଶ୍ଚିମ ଫେରି ସାରିଛି।

ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଥିଲା ମୌସୁମୀ। କେରଳ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପ୍ରବେଶ କରିଥିଲା। ଓଡ଼ିଶାରେ ଏଥର ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବଡ଼ ବର୍ଷା ନ ଥିବାରୁ ମୌସୁମୀ ଫେରିଯିବ ନେଇ ସୂଚନା ଦେଲା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାଲିଯାତ୍ରାରେ ଏଥର ବଲିଉଡ୍‌ ନାଇଟ୍‌, ଆକର୍ଷଣ ପାଲଟିବେ ଏହି ବଡ଼ ଷ୍ଟାର୍‌

କଟକ,୧୬ା୧୦: ଏଥର କଟକ ବାଲିଯାତ୍ରାରେ ହେବ ବଲିଉଡ୍‌ ନାଇଟ୍‌ ଶୋ’ । ଏନେଇ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସୂଚନା ଦେଇଛନ୍ତି। ବାଲିଯାତ୍ରାକୁ ବଲିଉଡ୍‌ ଗାୟକ...

ପୁରୀ ସହରକୁ ଜଗିବ ସିସିଟିଭି

ପୁରୀ,୧୬ା୧୦: ପୁରୀ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ...

ଆଇନମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ହଟିବ ଅଦରକାରୀ…

ଭୁବନେଶ୍ୱର,୧୬ା୧୦: ରାଜ୍ୟ ସରକାର ଖୁବ୍‌ଶୀଘ୍ର ଲ-ରିଭିଜନ କମିଶନ ଗଠନ କରିବେ। କମିଶନ ଗଠନ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଅପ୍ରାସଙ୍ଗିକ ଓ ଅଦରକାରୀ...

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

କାହିଁକି ବିଜେଡି ଛାଡୁଛନ୍ତି ନେତା, ଭିତିରି କଥା କହିଦେଲେ ସନ୍ତୃପ୍ତ

ଭୁବନେଶ୍ୱର,୧୬।୧୦: ବିଜେଡି ନେତା ଦଳ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସନ୍ତୃପ୍ତ...

ସନ୍ତୃପ୍ତ ମିଶ୍ରଙ୍କ ବୟାନକୁ ନେଇ ଓଡ଼ିଶା ରାଜନୀତିରେ ହଲଚଲ, ଯୋଗାଯୋଗରେ ବହୁ ଭାଜପା ନେତା…

ଭୁବନେଶ୍ୱର,୧୬।୧୦: ବିଜେଡି ନେତା ଦଳ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସନ୍ତୃପ୍ତ...

ପୁଣି ଦେବାଶିଷଙ୍କ ବିସ୍ଫୋରକ ବୟାନ, ପାଣ୍ଡିଆନଙ୍କୁ ନେଇ କହିଲେ…

ଭୁବନେଶ୍ୱର,୧୬।୧୦: ପୁଣି ଦେବାଶିଷଙ୍କ ବିସ୍ଫୋରକ ବୟାନ। ଖୋଲାଖୋଲି କାର୍ତ୍ତିକ ପାଣ୍ଡିଆନଙ୍କ ନାଁ ନେଇ ବଡ଼ ବୟାନ ଦେଇଛନ୍ତି ଦେବାଶିଷ। ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ...

ଆସୁଛି ବଡ଼ ବାତ୍ୟା! ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ…

ଭୁବନେଶ୍ୱର,୧୬।୧୦: ପୁଣି ଡରାଇଲାଣି ଅକ୍ଟୋବର ମାସ। ଓଡିଶାକୁ ବାତ୍ୟା ଆଶଙ୍କା ଥିବା ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରିଛି । ଚିତ୍ର ସ୍ପଷ୍ଟ ହୋଇନଥିଲେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri