ପୃଥିବୀର ଭବିଷ୍ୟତ ନିର୍ଦ୍ଧାରଣ କରିବ ଦକ୍ଷିଣ-ପୂର୍ବ ଏସିଆ…

ଓ୍ବାଶିଂଟନ,୨୪।୮: ପୃଥିବୀର ଭବିଷ୍ୟତ ନିର୍ଦ୍ଧାରଣ କ୍ଷେତ୍ରରେ ଦକ୍ଷିଣ-ପୂର୍ବ ଏସିଆ ଏବଂ ଭାରତ ମହାସାଗର-ପ୍ରଶାନ୍ତ ମହାସାଗର ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ ଏଭଳି କହିଛନ୍ତି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ୍‌ ଲୁୁଙ୍ଗ୍‌ଙ୍କ ସହିତ ଏକ ବୈଠକରେ ଯୋଗଦେଇ କମଲା ଏପରି ମନ୍ତବ୍ୟ ଦେଇ ଏହି ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଗାମୀ ଦିନରେ ପୃଥିବୀରେ ସୃଷ୍ଟି ହେବାକୁଥିବା ଆହ୍ବାନର ମୁକାବିଲା କ୍ଷେତ୍ରରେ ଦକ୍ଷିଣ-ପୂର୍ବ ଏସିଆ ଏବଂ ଭାରତ ମହାସାଗର-ପ୍ରଶାନ୍ତ ମହାସାଗର ଅଞ୍ଚଳ ମଧ୍ୟରେ ଆମେରିକାର ଉତ୍ତମ ବୁଝାମଣା ପ୍ରଭାବଶାଳୀ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ଭବିଷ୍ୟତରେ କରୋନା ଭଳି ମହାମାରୀର ମୁକାବିଲା କ୍ଷେତ୍ରରେ ଗବେଷଣ ଅପରିହାର୍ଯ୍ୟ ହୋଇପଡ଼ିଥିବାବେଳେ ଆମେରିକା ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବା ନେଇ କମଲା ଗୁରୁତ୍ୱାରୋପ କରିଛନ୍ତି। ଦକ୍ଷିଣ-ପୂର୍ବ ଏସିଆରେ ଚାଇନାର ପ୍ରଭାବ ବୃଦ୍ଧି ପାଉଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କୂଟନୈତିକ ପଦକ୍ଷେପ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share