ଏମ୍.ନିଆଜ ଅସଦୁଲ୍ଲା
କୋଭିଡ୍-୧୯ ମହାମାରୀ ବିଶ୍ୱ ଅର୍ଥନୀତିକୁ ମାନ୍ଦା କରିଦେଇଛି। ସବୁଆଡ଼େ ଶ୍ରମ ବଜାର ଛାର୍ଖାର ହୋଇଯାଇଛି । ଏହାଯୋଗୁ ବିଶ୍ୱରେ ଶ୍ରମ ଶକ୍ତିର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି। ମହାମାରୀର ପ୍ରାରମ୍ଭିକ ମାସଗୁଡ଼ିକରେ ଦିଲ୍ଲୀ ଓ ଢାକା ଭଳି ଅନ୍ୟ ମହାନଗରୀଗୁଡ଼ିକରୁ ଲକ୍ଷ ଲକ୍ଷ ଗ୍ରାମୀଣ ପ୍ରବାସୀ ଶ୍ରମିକ ଛାଡ଼ି ଚାଲିଗଲେ। ଗ୍ଲୋବାଲ ୍ ନର୍ଥ ବା ପୃଥିବୀର ଉତ୍ତରଭାଗରେ ରହିଥିବା ଶିଳ୍ପୋନ୍ନତ ତଥା ବିକଶିତ ଦେଶଗୁଡ଼ିକ ମଧ୍ୟରୁ ଇଂଲଣ୍ଡରେ ପ୍ରବାସୀ ଶ୍ରମଶକ୍ତିର ଯେଭଳି ହ୍ରାସ ଘଟିଲା ସେଭଳି ସ୍ଥିତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କେବେ ବି ଦେଖାଯାଇ ନ ଥିଲା। କେବଳ ଗ୍ଲୋବାଲ୍ ନର୍ଥ ନୁହେଁ, ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସଂଘ (ଆସିିଆନ)ଦେଶଗୁଡ଼ିକ ମଧ୍ୟ ମହାମାରୀରେ ପ୍ରଭାବିତ ହୋଇଛନ୍ତି। ଭିଏଟ୍ନାମର ହୋ ଚି ମିଞ୍ଚ୍ ସହରରେ ଯାତ୍ରା କଟକଣା କୋହଳ ହେବାରୁ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଦେଶକୁ ଚାଲିଯାଇଛନ୍ତି ଓ ଏହାଦ୍ୱାରା ଦେଶରେ ଶ୍ରମିକ ସଙ୍କଟ ଆହୁରି ଖରାପ ହୋଇଯାଇଛି। ତେବେ ଉଚ୍ଚ ଆୟବର୍ଗର ଦେଶଗୁଡ଼ିକ ସେମାନଙ୍କ ଜାତୀୟ ପୁନର୍ବିକାଶ ଯୋଜନାଗୁଡ଼ିକୁ ଆଗକୁ ନେବା ଲାଗି ବିକାଶଶୀଳ ଏସୀୟ ଦେଶଗୁଡ଼ିକରୁ ପୁଣି ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ବିଶେଷକରି, ସିଙ୍ଗାପୁର ଏବଂ ମାଲେସିୟା ଭଳି ଆସିଆନ ଦେଶଗୁଡ଼ିକରୁ ବହୁ ଶ୍ରମିକ ବାହାର ଦେଶକୁ ଯାଇଥାଆନ୍ତି ଏବଂ ଏଭଳି ସ୍ଥିତି ଯୋଗୁ ସେମାନେ ଜଟିଳ ପରିସ୍ଥିତିର ସାମ୍ନା କରୁଛନ୍ତି। ବାହାର ଦେଶକୁ ଯାଉଥିବା ଶ୍ରମିକମାନଙ୍କୁ ସେମାନେ ରୋକିବା ଉଚିତ ନା ବୃହତ୍ ଶ୍ରମ ପରିଚାଳନାକୁ ଉତ୍ସାହିତ କରିବା ଉଚିତ, ତାହା ହିଁ ମୁଖ୍ୟ ପ୍ରଶ୍ନ।
ଅଷ୍ଟ୍ରେଲିଆ ସରକାର କୃଷି ଶ୍ରମିକଙ୍କ ଅଭାବ ପୂରଣ କରିବାକୁ ଏକ ଭିଜା ସ୍କିମ୍ ବା ଯୋଜନା ଘୋଷଣା କରିଛନ୍ତି ।
ଏହି ଯୋଜନାରେ ନିଯୁକ୍ତିଦାତାମାନେ ଆସିଆନ ଦେଶଗୁଡ଼ିକରୁ ଶ୍ରମିକମାନଙ୍କୁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ ଦାୟିତ୍ୱ ସହ ଓ୍ୟପଚାରିକ ନିଯୁକ୍ତିଭିତ୍ତିକ ଚୁକ୍ତି ମୁତାବକ ଯୋଗାଡ଼ କରିବେ। ଅନ୍ୟପଟେ ଅଷ୍ଟ୍ରେଲିଆର ପୂର୍ବରୁ ଥିବା ସିଜନାଲ ଓ୍ବାର୍କର ପ୍ରୋଗ୍ରାମ ଦୀର୍ଘମିଆଦୀ ଆଧାରରେ ଆସିଆନ ଫାର୍ମଗୁଡ଼ିକରୁ କୁଶଳୀ, ଅର୍ଦ୍ଧକୁଶଳୀ ଏବଂ ଅଣ କୁଶଳୀ ଶ୍ରମିକମାନଙ୍କୁ ନିଯୁକ୍ତି ଦେବାକୁ ଅଷ୍ଟ୍ରେଲୀୟ ଫାର୍ମଗୁଡ଼ିକୁ ଅନୁମତି ଦେଇସାରିଛି। ଏଣୁ ପ୍ରବାସୀ କୃଷି ଶ୍ରମିକମାନଙ୍କ ପ୍ରଥମ ଦଳ ଆସନ୍ତା ମାସ କିମ୍ବା ମାର୍ଚ୍ଚ ୨୦୨୨ରେ ଆଷ୍ଟ୍ରେଲିଆରେ ପହଞ୍ଚତ୍ବେ ବୋଲି ଅନୁମାନ କରାଯାଏ।
ଗଣମାଧ୍ୟମରେ ଏହା ଉପରେ ଅତ୍ୟଧିକ ଚର୍ଚ୍ଚା ହେବା ଯୋଗୁ ମାଲେସିୟାର ନବ ନିର୍ବାଚିତ ସରକାର ପ୍ରଥମରୁ ଅଷ୍ଟ୍ରେଲିଆର ଉକ୍ତ ଯୋଜନାରେ ଭାଗ ନେବାକୁ ମନା କରିଦେଲେ। ହେଲେ ବିରୋଧୀ ସାଂସଦମାନେ ଦାବି କଲା ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ମାନବ ସମ୍ବଳ ମନ୍ତ୍ରୀ ମନ୍ତବ୍ୟ ଜାରି କରି କହିଛନ୍ତି ଯେ, ରୋଜଗାର ଉଦ୍ଦେଶ୍ୟରେ ବାହାର ଦେଶକୁ ଯାଉଥିବା ମାଲେସୀୟଙ୍କୁ ଅଟକାଇବା ଲାଗି ସରକାରଙ୍କର କୌଣସି ଯୋଜନା ନାହିଁ। ତେବେ ଅଷ୍ଟ୍ରେଲିଆର ଭିଜା ପ୍ରୋଗ୍ରାମକୁ ଅତିକମ୍ରେ ତିନୋଟି ବିଚାରକୁ ଆଧାର କରି ମାଲେସିଆ ପ୍ରଥମେ ବିରୋଧ କରିଥିତ୍ବା ଜଣାପଡ଼ିଛି। ପ୍ରଥମତଃ, ନୀତି ନିର୍ଦ୍ଧାରକମାନେ ଅତ୍ୟଧିକ ବ୍ରେନ୍ଡ୍ରେନ୍ର ଆଶଙ୍କା କରୁଛନ୍ତି । ବିଭିନ୍ନ ଦେଶରେ ଏବେ ପ୍ରାୟ ୨୦ ଲକ୍ଷ ମାଲେସୀୟ ରହୁଥିବା ଆକଳନ କରାଯାଉଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପଡ଼ୋଶୀ ଦେଶ ସିଙ୍ଗାପୁରରେ ରହୁଛନ୍ତି। ଆସିଆନ ରାଷ୍ଟ୍ରଗୁଡ଼ିକ ପାଇଁ ସ୍ଥାୟୀ ବାସିନ୍ଦା ଏବଂ ନାଗରିକତ୍ୱ ନିଶ୍ଚିତ କରିବାକୁ ଅଷ୍ଟ୍ରେଲିଆର ଯୋଜନା ସୁଯୋଗ ପ୍ରଦାନ କରୁଥିବାରୁ ମାଲେସିୟା ସରକାର କୃଷି ଶ୍ରମିକଙ୍କୁ ହରାଇବ ବୋଲି ମନେକରୁଛି ଓ ବିବ୍ରତ ବି ହୋଇଯାଇଛି। ଦ୍ୱିତୀୟରେ, କୋଭିଡ୍ ମହାମାରୀ ଯୋଗୁ ବୃଦ୍ଧି ପାଇଥିତ୍ବା ଅଣକୁଶଳୀ ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ରାଜନୈତିକ ଚାପ ବୃଦ୍ଧି ପାଇଛି । ମାଲେସିଆ ସରକାର ବୃକ୍ଷରୋପଣ କାର୍ଯ୍ୟରେ ପ୍ରବାସୀ ଶ୍ରମିକଙ୍କ ସ୍ଥାନରେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ଦେବାର ଯୋଜନା କରୁଥିବାବେଳେ ଅଷ୍ଟ୍ରେଲିଆ ସରକାରଙ୍କ ଯୋଜନା ମାଲେସିୟାରୁ କୁଶଳୀ ଶ୍ରମିକ ନେବାକୁ ପ୍ରତିଦ୍ୱନ୍ଦ୍ୱିିତା କରୁଛି। ତୃତୀୟରେ ଅଷ୍ଟ୍ରେଲିଆ ଭଳି ମାଲେସିଆ ସରକାର କୃଷି ଶ୍ରମଶକ୍ତି ସଙ୍କଟ ଆଡ଼କୁ ମୁହଁାଉଛି। ଆକର୍ଷଣୀୟ ଚୁକ୍ତି ଏବଂ ମଜୁରି ବ୍ୟବସ୍ଥାର ଅଭାବ ରହିଥିବାରୁ ଯୁବ ମାଲେସୀୟମାନେ କୃଷି କ୍ଷେତ୍ରରେ କାମ କରିବାକୁ ଅନିଚ୍ଛୁକ । ତେଣୁ ସେମାନେ ଦେଶ ଛାଡି ଅଷ୍ଟ୍ରେଲିଆ ଚାଲିଯିବେ ବୋଲି ମାଲେସିୟା ଆଶଙ୍କା ପ୍ରକାଶ କରୁଛି।
ଆସିଆନ ଦେଶଗୁଡ଼ିକରୁ ଅଷ୍ଟ୍ରେଲିଆକୁ କର୍ମଭିତ୍ତିକ ପ୍ରବାସନ କିଛି ନୂଆ କଥା ନୁହେଁ। କିନ୍ତୁ ଅତୀତରେ ବିଶେଷକରି ମାଲେସିୟାରୁ ଅନେକ ପ୍ରବାସୀଶ୍ରମିକ ଅଷ୍ଟ୍ରେଲିଆରେ ବେଆଇନ୍ ଭାବେ ବାସ କରୁଛନ୍ତି। ସେମାନଙ୍କୁ ନିଯୁକ୍ତିଦାତାମାନେ ଭୟଙ୍କର ନିର୍ଯାତନା ଦେଉଛନ୍ତି। ହେଲେ ଅଷ୍ଟ୍ରେଲିଆ ସରକାରଙ୍କ ନୂଆ ଯୋଜନା ଏବେ ବିଦେଶୀ ଲୋକଙ୍କୁ ପୂର୍ଣ୍ଣ ଶ୍ରମ ଅଧିକାର ପ୍ରଦାନ କରିବ ଓ ଏହା ମଧ୍ୟ ସାମାଜିକ ସୁରକ୍ଷା ଦେବ। ଏଣୁ ମାଲେସିୟାର ସାଂସଦ ଓ୍ବିଲିୟମ୍ ଲେଓଙ୍ଗ ସରକାରଙ୍କୁ ଚେତାଇ ଦେଇଛନ୍ତି ଯେ, ଅଷ୍ଟ୍ରେଲିଆର ଯୋଜନାକୁ ବିରୋଧ କରିବା ଅର୍ଥ ଅଷ୍ଟ୍ରେଲିଆରେ କାର୍ଯ୍ୟରତ ମାଲେସିଆ ଶ୍ରମିକମାନେ କ୍ରୀତଦାସ ଭଳି ରହିବେ। ଯେଉଁ ଆସିଆନ ଦେଶଗୁଡ଼ିକରୁ ଶ୍ରମିକମାନେ ବାହାରକୁ ଯାଉଛନ୍ତି, ସେମାନଙ୍କ ପାଇଁ ଅଷ୍ଟ୍ରେଲିଆ ଯୋଜନା ବ୍ରେନ ଗେନ୍ ଶକ୍ତି ବୃଦ୍ଧି କରିବ। ବିଦେଶୀ ଅଭିଜ୍ଞତା ଓ ଉପଯୁକ୍ତ କୃଷି ଟେକ୍ନୋଲୋଜିର ବ୍ୟବହାରିକ ଜ୍ଞାନ ଥିବା ମାଲେସିୟା କୃଷକମାନଙ୍କୁ ଆମତ୍ନିର୍ଭର କରି ଦେଶରେ ଉପତ୍ାଦନ କ୍ଷମତା ବୃଦ୍ଧି କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ।
ନିକଟରେ ମାଲେସିୟା ସରକାର ତାଙ୍କ ପ୍ରବାସନ ନିୟନ୍ତ୍ରଣ ନୀତିର ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ଦ୍ୱାରା ପ୍ରବାସୀ ଶ୍ରମିକଙ୍କୁ ନେଇ ଦେଶରେ ଏକ ରାଜନୈତିକ ସହମ୍ମତିର ଅଭାବ ରହିଥିତ୍ବା ସ୍ପଷ୍ଟ ହୋଇଛି। ଦକ୍ଷିଣ ଏସିଆର ପ୍ରବାସୀ ଶ୍ରମିକଙ୍କ ପାଇଁ ମାଲେସିୟା ଏକ ପ୍ରମୁଖ ସ୍ଥାନ ଏବଂ ବିନା କାଗଜପତ୍ରରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଏଠାରେ ରହିଛନ୍ତି। ତଥାପି ଅଷ୍ଟ୍ରେଲିିଆ ଭିଜା ଯୋଜନାକୁ ମାଲେସିୟା ବିରୋଧ କରିବା ପରେ ପରେ ଇଣ୍ଡୋନେସିଆ ଏବଂ ବାଂଲାଦେଶରୁ ହଜାର ହଜାର ଶ୍ରମିକ ବୃକ୍ଷରୋପଣ କାର୍ଯ୍ୟ କରିବାକୁ ମାଲେସିୟା ଆସିବେ ବୋଲି ଘୋଷଣା କରିଛନ୍ତି । ବାସ୍ତବରେ କାର୍ଯ୍ୟ କରିବାର ଉପଯୁକ୍ତ ସ୍ଥିତି ନ ଥିବାରୁ ମାଲେସୀୟମାନେ ଏହି କ୍ଷତ୍ରରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାକୁ ଆଧାର କରି ବରିଷ୍ଠ ଅଧିକାରୀମାନେ ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ଉଚିତ ବୋଲି କହିଛନ୍ତି। ମାଲେସିୟାର ପାମ୍ ଅଏଲ ଉପତ୍ାଦକ ସିମି ଡର୍ବାୟ ପ୍ଲାଣ୍ଟେସନ ଶ୍ରମିକମାନଙ୍କୁ ଶ୍ରମ ସ୍ବାଧୀନତାରୁ ବଞ୍ଚିତ କରି କାର୍ଯ୍ୟ ହାସଲ କରୁଛି ବୋଲି ଦର୍ଶାଇ ଆମେରିକା ଗତବର୍ଷ ତା’ ତେଲ ଆମଦାନୀ ବନ୍ଦ କରିଦେଇଥିଲା। ଏ ଦୃଷ୍ଟିରୁ ନୀତିନିର୍ଦ୍ଧାରକମାନେ କହିଛନ୍ତି ଯେ, ପ୍ରବାସନ ନିୟନ୍ତ୍ରଣ ଭଳି ସ୍ବଳ୍ପ ମିଆଦୀ ପଦକ୍ଷେପ ନେବା ପରିବର୍ତ୍ତେ ମାଲେସିୟା ଦୁର୍ବଳ ଶ୍ରମଶକ୍ତିର ମାନ ବୃଦ୍ଧି କରିବା ଦରକାର। କୃଷି ଉପତ୍ାଦନରେ କିଭଳି ସୁଧାର ଆସିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। କୃଷିରେ ଟେକ୍ନୋଲୋଜି ଉପଯୋଗ ବୃଦ୍ଧି ପାଇଁ ଦୀର୍ଘ ମିଆଦୀ ପଦକ୍ଷେପ ନେବା ଉଚିତ, ଯାହା ତାଇଓ୍ବାନ କରୁଛି। ଉନ୍ନତ ମାନର କୃଷିରେ ତାଇଓ୍ବାନ ମୂଳରୁ ନିବେଶ କରି ଆସିଛି। ଶ୍ରମିକଙ୍କ ଉପରେ ଫାର୍ମ ସେକ୍ଟର୍ର ନିର୍ଭରଶୀଳତା କମ୍ କରିଛି। ତେବେ ମାଲେସିୟା ଟେକ୍ନୋଲୋଜି ପ୍ରୟୋଗରେ କିଛି ଆଗକୁ ବଢିବା ଲକ୍ଷ୍ୟ କରାଯାଉଛି। ପାମ୍ ଅଏଲ ପ୍ଲାଣ୍ଟେସନ ଦ୍ୱାରା ବ୍ୟବସାୟିକ ଡ୍ରୋନ ବ୍ୟବହାର ଆରମ୍ଭ କରାଯାଇଛି ଓ ଏହାଦ୍ୱାରା ସକାରାମତ୍କ ପରିଣାମ ମଧ୍ୟ ମିଳିଛି।
ମଜୁରି ଏବଂ ଉପତ୍ାଦନ ସମ୍ପର୍କିତ ସମସ୍ୟାଗୁଡ଼ିକର ସମାଧାନ କରି ବ୍ରେନ୍ ଡ୍ରେନ୍ କମାଇବା ଏବଂ ବିଦେଶରେ ଥିବା ମାଲେସୀୟ କୁଶଳୀ ଶ୍ରମିକଙ୍କୁ ଦେଶକୁ ଫେରି ଆସିବା ଲାଗି ଉତ୍ସାହିତ କରିବାକୁ ବହୁ ସମୟ ଲାଗିବ। ଏବେ ମାଲେସିୟା ଜାତିସଂଘ ମାନବ ଅଧିକାର ପରିଷଦରେ ସ୍ଥାନ ପାଇଛି। ବିଦେଶରେ କାମ କରିବା ସ୍ବାଧୀନତାରେ ତା’ନାଗରିକଙ୍କୁ ବାଧା ଦେବା ପରିବର୍ତ୍ତେ, ମାଲେସିୟା ସରକାର ଶ୍ରମର ମାନ ଓ ଶ୍ରମିକଙ୍କ ବିକାଶ ଉପରେ ଧ୍ୟାନ ଦେବା ଆବଶ୍ୟକ।
ପ୍ରଫେସର, ଡେଭଲପ୍ମେଣ୍ଟ ଇକୋନୋମିକ୍ସ, ୟୁନିଭର୍ସିଟି ଅଫ୍ ମାଲୟ, କୁଆଲାଲମ୍ପୁର