ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର,୧୩।୧୦: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶାରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ୪ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବା ନାହିଁ। ତେବେ କେତେକ ସ୍ଥାନରେ ଦିନର ତାପମାତ୍ରା ସ୍ବଭାବିକଠାରୁ ୨ରୁ ୩ ଡିଗ୍ରୀ ସେଲ୍ସିୟସରୁ ଅଧିକ ରହିବ। ଭୁବନେଶ୍ୱର ଆକାଶ ଆଂଶିକ ମେଘୁଆ ରହିବ।

Share