ସୋୟା କଟ୍‌ଲେଟ୍‌, କେମିତି କରିବେ ପ୍ରସ୍ତୁତି

ଆବଶ୍ୟକ ସାମଗ୍ରୀ
ସୋୟାବିନ୍‌- ୫୦ ଗ୍ରାମ୍‌, ଆଳୁ- ୫୦ ଗ୍ରାମ୍‌ (ସିଝା), ଗରମ ମସଲା- ଅଧା ଚାମଚ, ଧନିଆପତ୍ର- ଅଳ୍ପ, ଗୋଲମରିଚ ଗୁଣ୍ଡ- ଅଳ୍ପ, ଗାଜର- ୨ ବଡ଼ ଚାମଚ (କଟା), ବ୍ରେଡ୍‌ ଗୁଣ୍ଡ- ଅଳ୍ପ, ବେସନ- ୨ ଚାମଚ, ରସୁଣ- ୧ ଚାମଚ (କଟା), ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ସୋୟାବିନ୍‌କୁ ଗରମପାଣିରେ କିଛି ସମୟ ଭିଜାଇ କାଢ଼ି ରଖନ୍ତୁ। ଆଳୁକୁ ସିଝାଇ ସେଥିରୁ ଚୋପାର ବାହାର କରିଦିଅନ୍ତୁ। ଗାଜରକୁ ଛୋଟ ଛୋଟ କାଟି ରଖନ୍ତୁ। ଏକ ପାତ୍ରରେ ପ୍ରଥମେ ବେସନରେ ଲୁଣ ଓ ପାଣି ମିଶାଇ ଏକ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ। ଏହାପରେ ଅନ୍ୟ ଏକ ପାତ୍ରରେ ସିଝା ଆଳୁ ସହ କଟା ଗାଜର ଓ ଅନ୍ୟ ସମସ୍ତ ମସଲାଗୁଣ୍ଡ, ଲୁଣ, ହଳଦୀ ଆଦି ପକାନ୍ତୁ। ସୋୟାବିନ୍‌କୁ ଛୋଟ ଛୋଟ କରି ଏଥିରେ ପକାଇ ଭଲଭାବେ ଚକଟି ନିଅନ୍ତୁ। ଏହି ମିଶ୍ରଣକୁ ହାତରେ ଛୋଟ ଛୋଟ ଗୋଲକରି ରଖନ୍ତୁ। ଏହାପରେ ଛାଣିବା ପାଇଁ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଭଲଭାବେ ଗରମ ହୋଇଗଲେ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ପ୍ରଥମେ ବେସନ ଘୋଳରେ ବୁଡ଼ାଇ ତା’ପରେ ବ୍ରେଡ୍‌ ଗୁଣ୍ଡରେ ଗଡ଼ାଇ ଛାଣିନିଅନ୍ତୁ। ଏବେ ଏହି କଟ୍‌ଲେଟଗୁଡ଼ିକୁ ଚଟଣି କିମ୍ବା ସସ୍‌ ସହ ଖାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଦିନ ଖାଉଛନ୍ତି କି ଆମିଷ? ବୈଜ୍ଞାନିକ କାରଣ ଜାଣିଲେ ଆଉ ଖାଇବେନି

କ’ଣ ଆପଣ ବି ଶନିବାର ଦିନ ଆମିଷ ଖାଉଛନ୍ତି କି? ଯଦି ହଁ ତେବେ ସାବଧାନ । ଆମ ମଧ୍ୟରୁ ଅଧିକାଂଶ ଲୋକ ଶନିବାର ଦିନ...

Hot or cold coffee: ସ୍ବାସ୍ଥ୍ୟ ପାଇଁ କେଉଁଟା ଭଲ?

କଫି ବିଶ୍ୱର ସବୁଠାରୁ ପ୍ରିୟ ପାନୀୟ ମଧ୍ୟରୁ ଗୋଟିଏ। କିଛି ଲୋକଙ୍କର ଗରମ କଫି ବିନା ସକାଳ ଆରମ୍ଭ ହୁଏ ନାହିଁ। ଯେତେବେଳେ କିଛି ଲୋକ...

ବାରମ୍ବାର ପରିସ୍ରା ଲାଗୁଛି କି? ହୋଇପାରେ ଏହି ମାରାତ୍ମକ ରୋଗର ଲକ୍ଷଣ, କରନ୍ତୁ ନାହିଁ ଅଣଦେଖା

ବୟସ ବୃଦ୍ଧି ସହିତ ଅନେକ ପୁରୁଷଙ୍କର ବାରମ୍ବାର ପରିସ୍ରା ହେବାର ସମସ୍ୟା ଆରମ୍ଭ ହୁଏ। କେତେବେଳେ ଏହା ଏକ ସାଧାରଣ ସମସ୍ୟା ହୋଇପାରେ, କିନ୍ତୁ ଯଦି...

ଏମିତି ଲୋକଙ୍କ ଠାରୁ ରୁହନ୍ତୁ ଦୂରରେ, ଜାଣନ୍ତୁ କାହିଁକି କହିଲେ ଚାଣକ୍ୟ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

ଫ୍ରିଜରେ ଆଳୁ ରଖୁଛନ୍ତି କି, ଡାକୁଛନ୍ତି ଏହି ରୋଗକୁ

ଆଳୁର ସେବନ ସଭିଙ୍କୁ ପସନ୍ଦ। ଅଧିକାଂଶ ବ୍ୟଞ୍ଜନରେ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଲୋକ ଏହାକୁ ଫ୍ରିଜ୍‌ରେ ରଖିଦିଅନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ...

ମଧ୍ୟାହ୍ନ ଭୋଜନ ପରେ ପ୍ରବଳ ନିଦ ଆସୁଛି କି, ଖାଦ୍ୟରେ ସାମିଲ୍‌ କରନ୍ତୁ ଏହି ୨ଟି ଜିନିଷ, ଚୁଟ୍‌କିରେ ଛାଡିଯିବ ନିଦ

ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନରେ ନିଦ ଆସିବା ବହୁତ ସ୍ବାଭାବିକ। ପ୍ରତ୍ୟେକ ବ୍ୟକ୍ତି କୁହନ୍ତିି ଯେ ଅପରାହ୍ନରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଯେଉଁ ହାଲୁକା...

ଔଷଧରେ ବ୍ୟବହାର ହୁଏ ଭାଙ୍ଗ, କ’ଣ ଖାଇବା ଦ୍ୱାରା ନିଶା ହୁଏ?

ହୋଲି ବିନା ଭାଙ୍ଗ ଅଧୁରା। ଭାଙ୍ଗ ବିନା ହୋଲି ସମ୍ପୂର୍ଣ୍ଣ ହୁଏ ନାହିଁ। ଏହି କାରଣରୁ ଲୋକମାନେ ଏହାକୁ ଥାଣ୍ଡା ସହିତ ମିଶାଇ ପିଅନ୍ତି। ତଥାପି,...

ସପ୍ତାହରେ ଦୁଇଥର ଖାଆନ୍ତୁ ଚୁନାମାଛ

ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image