ଆବଶ୍ୟକ ସାମଗ୍ରୀ
ସୋୟାବିନ୍- ୫୦ ଗ୍ରାମ୍, ଆଳୁ- ୫୦ ଗ୍ରାମ୍ (ସିଝା), ଗରମ ମସଲା- ଅଧା ଚାମଚ, ଧନିଆପତ୍ର- ଅଳ୍ପ, ଗୋଲମରିଚ ଗୁଣ୍ଡ- ଅଳ୍ପ, ଗାଜର- ୨ ବଡ଼ ଚାମଚ (କଟା), ବ୍ରେଡ୍ ଗୁଣ୍ଡ- ଅଳ୍ପ, ବେସନ- ୨ ଚାମଚ, ରସୁଣ- ୧ ଚାମଚ (କଟା), ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ସୋୟାବିନ୍କୁ ଗରମପାଣିରେ କିଛି ସମୟ ଭିଜାଇ କାଢ଼ି ରଖନ୍ତୁ। ଆଳୁକୁ ସିଝାଇ ସେଥିରୁ ଚୋପାର ବାହାର କରିଦିଅନ୍ତୁ। ଗାଜରକୁ ଛୋଟ ଛୋଟ କାଟି ରଖନ୍ତୁ। ଏକ ପାତ୍ରରେ ପ୍ରଥମେ ବେସନରେ ଲୁଣ ଓ ପାଣି ମିଶାଇ ଏକ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ। ଏହାପରେ ଅନ୍ୟ ଏକ ପାତ୍ରରେ ସିଝା ଆଳୁ ସହ କଟା ଗାଜର ଓ ଅନ୍ୟ ସମସ୍ତ ମସଲାଗୁଣ୍ଡ, ଲୁଣ, ହଳଦୀ ଆଦି ପକାନ୍ତୁ। ସୋୟାବିନ୍କୁ ଛୋଟ ଛୋଟ କରି ଏଥିରେ ପକାଇ ଭଲଭାବେ ଚକଟି ନିଅନ୍ତୁ। ଏହି ମିଶ୍ରଣକୁ ହାତରେ ଛୋଟ ଛୋଟ ଗୋଲକରି ରଖନ୍ତୁ। ଏହାପରେ ଛାଣିବା ପାଇଁ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଭଲଭାବେ ଗରମ ହୋଇଗଲେ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ପ୍ରଥମେ ବେସନ ଘୋଳରେ ବୁଡ଼ାଇ ତା’ପରେ ବ୍ରେଡ୍ ଗୁଣ୍ଡରେ ଗଡ଼ାଇ ଛାଣିନିଅନ୍ତୁ। ଏବେ ଏହି କଟ୍ଲେଟଗୁଡ଼ିକୁ ଚଟଣି କିମ୍ବା ସସ୍ ସହ ଖାଆନ୍ତୁ।