ସୋୟା ବଡ଼ି ଲାଇସେନ୍ସରେ ନକଲି ଘିଅ, କାରଖାନା ସିଲ୍‌

ମଙ୍ଗୁଳି-ଜଗତପୁର,୪।୧୦(ମାନସ ସାମଲ):ସୋୟାବିନ ବଡ଼ି ତିଆରି ପାଇଁ ଲାଇସେନ୍ସ ଆଣିଥିବା ଜଣେ ବ୍ୟକ୍ତି ନକଲି ଘିଅ ପ୍ରସ୍ତୁତ କରି ବଜାରକୁ ବିକ୍ରି ପାଇଁ ଛାଡୁଥିଲେ। କଟକ ଜଗତ୍‌ପୁର ଶିଳ୍ପାଞ୍ଚଳରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ନକଲି କାରବାର ଚାଲିଥିବାବେଳେ ଗୁରୁବାର ତାଙ୍କ କାରଖାନା ଉପରେ ଚଢ଼ାଉ ହୋଇଛି। ଡବା ଉପରେ ନାମୀଦାମୀ କମ୍ପାନୀ(ବାଲ୍‌ଗୋପାଲ ଓ ନିର୍ମାଲ୍ୟ)ର ବ୍ରାଣ୍ଡ ଲଗାଇ ନକଲି ଗୁଆଘିଅ ଏବଂ ରାଶିତେଲ ବିକ୍ରି କରାଯାଉଥିବା ଜଣାପଡ଼ିଛି। ଜଗତପୁର ଥାନା ଅଧୀନ ନିୟୁ ଶିଳ୍ପାଞ୍ଚଳ ଫେଜ-୨ରେ ଥିବା ଏଭଳି ଏକ ନକଲି ଗୁଆ ଘିଅ ଓ ରାଶି ତେଲ କମ୍ପାନୀକୁ ସିଲ୍‌ କରାଯାଇଛି।
ସ୍ଥାନୀୟ ପୋଲିସ ଓ କଟକ ମହାନଗର ନିଗମ (ସିଏମ୍‌ସି) ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ କାରଖାନା ଉପରେ ଚଢ଼ାଉ କରାଯାଇ ପ୍ରାୟ ୨୦ ଲକ୍ଷ ଟଙ୍କାର କଞ୍ଚାମାଲ(ଡାଲ୍‌ଡା, ରିଫାଇନ୍‌ ତେଲ, ତେଲିଆ ଅତର, ଗୁଆ ଘିଅ, ରାଶି ତେଲ, ସୋୟାବିନ ବଡ଼ି, ପ୍ୟାକିଂ ମେଶିନ, ଗ୍ରାଇଡିଂ ମେଶିନ, ଓଜନ କଣ୍ଟା, ହିଟ୍‌ ମେଶିନ ଜବତ କରାଯିବା ସହ ୨ଜଣ କର୍ମଚାରୀଙ୍କୁ ଅଟକ ରଖିଛି। ତେବେ ଏ କମ୍ପାନୀକୁ ଚଳାଉଥିବା ମାଲିକ ସରୋଜ ମିଶ୍ର ଫେରାର ଅଛନ୍ତି। ସରୋଜଙ୍କ ଘର କଟକ ଜିଲା ସୋମପୁରରେ ହୋଇଥିବାବେଳେ ସେ କଟକରେ ରୁହନ୍ତି ବୋଲି କମ୍ପାନୀରେ କାମ କରୁଥିବା କର୍ମଚାରୀ ପ୍ରକାଶ କରିଛନ୍ତି। ପୋଲିସ ଅଟକ ଥିବା ଦୁଇ କର୍ମଚାରୀଙ୍କୁ ଅଧିକ ପଚରାଉଚରା କରୁଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଉକ୍ତ କମ୍ପାନୀ ଦୀର୍ଘ ଚାରି ବର୍ଷରୁ ଊର୍ଦ୍ଧ୍ୱ ଧରି ଚାଲୁଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଖବରପାଇ ଗୁରୁବାର ସାରେ ଜୋନ-୧ ଏସିପି ଅରୁଣ କୁମାର ସ୍ବାଇଁ, ଜଗତପୁର ଥାନା ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତିଙ୍କ ସହ ପୋଲିସ କର୍ମଚାରୀ ଓ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ସହ ୬ ଜଣିଆ ଟିମ୍‌ ଉକ୍ତ କମ୍ପାନୀ ଉପରେ ଅଚାନକ ଚଢ଼ାଉ କରିଥିଲେ। ସେଠାରେ ତିଆରି ହେଉଥିବା ଘିଅ ସାମଗ୍ରୀରେ କୌଣସି କ୍ଷୀର ଜାତୀୟ ସାମଗ୍ରୀ ଦେଖିବାକୁ ମିଳି ନ ଥିଲା। ଯାଞ୍ଚ ପରେ ଉକ୍ତ କମ୍ପାନୀଟି ସୋୟାବିନ ବଡ଼ି ତିଆରି ପାଇଁ ଲାଇସେନ୍ସ ଆଣି ନକଲି ଘିଅ ଓ ରାଶି ତେଲ ପ୍ରସ୍ତୁତ କରୁଥିବା ଜାଣିବାକୁ ମିଳିଛି। ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି, ଘିଅରେ କ୍ଷୀରର ସାମଗ୍ରୀ ମିଶ୍ରଣ କରାଯାଉ ନାହିଁ। ଏକ ଗ୍ରାଇଣ୍ଡିଂ ମେଶିନରେ ଏକ ବଡ଼ ହଣ୍ଡା ଲାଗିଛି। ସେଇ ହଣ୍ଡାରେ ଡାଲ୍‌ଡ଼ା, ରିଫାଇନ ତେଲ ସହ ଏକ ତେଲିଆ ଅତର ମିଶାଯାଉଛି। ଏହି ତେଲିଆ ଅତର କେଉଁଥିରେ ତିଆରି ହେଉଛି ତାହା ଜଣା ପଡୁନାହିଁ। ଅତରକୁ ହାତରେ ଲଗାଇ ଘଷିଲେ ତାହା ପଶୁ ଚର୍ବି ପରି ଚିକ୍କଣ ଲାଗୁଛି ଓ ଗୁଆ ଘିଅ ପାରି ବାସ୍ନା ମଧ୍ୟ ହେଉଛି। ଏହା କେଉଁ ସାମଗ୍ରୀରେ ତିଆରି, ଟେଷ୍ଟ ରିପୋର୍ଟ ଆସିଲେ ଜଣାପଡ଼ିବ। ଏଠାରେ ଲ୍ୟାବ ନାହିଁ କି ଟେକ୍ନିସିଆନ ନାହାନ୍ତି। କେତେ ପରିମାଣର ସାମଗ୍ରୀ ମିଶିଲେ ତାହା ମଣିଷ ଖାଇ ହଜମ କରିପାରିବ ସେନେଇ ମଧ୍ୟ କୌଣସି ବ୍ୟବସ୍ଥା ଏଠାରେ ନାହିଁ। ଅସ୍ବାସ୍ଥ୍ୟକର ପରିବେଶରେ ଏହି କମ୍ପାନୀ ଚାଲୁଥିଲା। ଉକ୍ତ ଘିଅ ଖାଇଲେ ମଣିଷର ସ୍ବାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ ବୋଲି ମହାପାତ୍ର କହିଛନ୍ତି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ୱେଷ୍ଟ ବେଙ୍ଗଲର ବିଭିନ୍ନ ଜିଲାର ବଜାରକୁ ଏହି ନକଲି ଘିଅ ଏବଂ ତେଲ ବିକ୍ରି ପାଇଁ ପଠାଯାଉଥିଲା ବୋଲି ଜଣାପଡ଼ିଛି। ଅଟକ କର୍ମଚାରୀଙ୍କୁ ଅଧିକ ପଚରାଉଚରା କରାଯାଉଛି ବୋଲି ଜୋନ-୧ ଏସିପି ଅରୁଣ କୁମାର ସ୍ବାଇଁ କହିଛନ୍ତି। ତେବେ ଜଗତପୁର ଥାନାଠୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଉକ୍ତ କମ୍ପାନୀ ଦୀର୍ଘ ୪ବର୍ଷ ଧରି ନକଲି ସାମଗ୍ରୀ ପ୍ରସ୍ତୁତ କରୁଥିବାବେଳେ ପୋଲିସ କିପରି ଏହା ଜାଣିପାରୁ ନ ଥିଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିରରେ ନିମ୍ନମାନର ଘିଅ ନେଇ ଫୁଡ ଇନ୍ସପେକ୍ଟରଙ୍କ ଯାଞ୍ଚ

ଜଗତସିଂହପୁର,୪।୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଏ ନେଇ ଶୁକ୍ରବାର ଫୁଡ...

ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ପଥପ୍ରାନ୍ତ ସେବାକେନ୍ଦ୍ର

ଦାରିଙ୍ଗବାଡ଼ି,୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଛନ୍ତି ହେଲେ ରାଜ୍ୟ ସରକାର ପର୍ଯ୍ୟଟକ ଓ ପଥଚାରୀଙ୍କ ସୁବିଧା ପାଇଁ ଜାତୀୟ ରାଜପଥ...

ମନରେଗା କାର୍ଯ୍ୟ ବିଲ କରାଇଦେବାକୁ ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ ମାଡ଼ିବସିଲା ଭିଜିଲାନ୍ସ

ପାଟଣାଗଡ଼ ,୪।୧୦: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ୭ ହଜାର ଟଙ୍କା...

ହବିଷ୍ୟାଳୀଙ୍କ ପାଇଁ ୬ରୁ ଆବେଦନ ଆରମ୍ଭ, କାର୍ତ୍ତିକ ମାସରେ ପୁରୀରେ ମିଳିବ ସବୁ ସୁବିଧା

ପୁରୀ,୪।୧୦: ହବିଷ୍ୟାଳିଙ୍କ ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ...

ମା’ ବନଦୁର୍ଗା ମନ୍ଦିର ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ, ରାଇକିଆ ଉତ୍ସବମୁଖର

ରାଇକିଆ, ୪।୧୦(ପ୍ରଦୀପ ବେହେରା):ରାଇକିଆର ପ୍ରତିଷ୍ଠିତ ଦେବୀ ମା’ ବନଦୁର୍ଗାଙ୍କର ମନ୍ଦିର ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ ଶୁକ୍ରବାର ଅନୁଷ୍ଠିତ ହେଉଛି । ଏହାକୁ ଅତ୍ୟନ୍ତ ଜାକଜମକରେ ରାଇକିଆବାସୀ...

ପୋଖରୀରେ ବୁଡି ଚାଲିଗଲା ୪ ବର୍ଷ ଶିଶୁ ପୁତ୍ରଙ୍କ ଜୀବନ

ପାଟଣା,୪।୧୦(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଟାଙ୍ଗରପଡ଼ା ଦେଉଳିସାହିର ଗାଁ ପୋଖରୀରେ ବୁଡି ଜଣେ ୪ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ନିଲାମ ହେଲା ଅର୍ପଣ ଚାଉଳ, ଏତେ କୋଟି ଟଙ୍କାରେ ହେଲା ବିକ୍ରି…

ଭୁବନେଶ୍ୱର,୪।୧୦: ନିଲାମ ହେଲା ଅର୍ପଣ ଚାଉଳ। ପରିକ୍ରମା ପ୍ରକଳ୍ପବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହେଲା। କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହେଲା ଅର୍ପଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri