ପୃଥିବୀକୁ ଫେରିଲା ସୋୟୁଜ୍‌ ଏମଏସ-୨୨ କ୍ୟାପସୁଲ…

ମସ୍କୋ,୨୮।୩ : ରୁଷିଆର ମାନବ ବିହୀନ ସ୍ପେସ କ୍ୟାପସୁଲ ସୋୟୁଜ ଏମଏସ -୨୨ ନିରାପଦରେ ପୃଥିବୀକୁ ଫେରିଛି। ଏହି କ୍ୟାପସୁଲର କୁଲାଣ୍ଟ ଲିକ ହୋଇଯାଇଥିଲା। ଏହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ ସହିତ ସଂଯୁକ୍ତ ଥିଲା। ରୁଷିଆର ସ୍ପେସ ଅଧିକାରୀମାନେ ଦାବି କରିଛନ୍ତି ଯେ ଏକ ଛୋଟ ଉଲକାପିଣ୍ଡ ଏହା ସହିତ ଧକ୍କା ହେବା ଦ୍ୱାରା ଏହାର ବାହ୍ୟ ରେଡିଏଟର ନଷ୍ଟ ହୋଇଯାଇଛି। ଫଳରେ ଏହାର କୁଲାଣ୍ଟ ଲିକ ହୋଇଥିଲ।

କ୍ୟାପସୁଲର କୁଲାଣ୍ଟ ଲିକ ପରେ ଏଥିରେ ଉପସ୍ଥିତ ଥିବା ମହାକାଶଚାରୀଙ୍କ ସୁରକ୍ଷା ମହାକାଶ କର୍ତ୍ତୃପକ୍ଷଙ୍କ ପାଇଁ ଏକ ବଡ଼ ଆହ୍ବାନ ଥିଲା। କର୍ମଚାରୀମାନେ ଲାଇଫ ବୋଟ ରିପ୍ଲେସମେଣ୍ଟ କ୍ୟାପସୁଲରୁ ନିରାପଦରେ ବାହାର କରିଥିଲେ ଏବଂ ପରେ କାଜାଖସ୍ତାନରେ କ୍ରୁ ବିନା ସୁରକ୍ଷିତ ଭାବରେ କ୍ଷତିଗ୍ରସ୍ତ କ୍ୟାପସୁଲକୁ ଅବତରଣ କରାଇଥିଲେ। ଅପରାହ୍ନ ୫ଟା ୪୫ରେ ଏହା ପୃଥିବୀରେ ପହଞ୍ଚିଥିଲା।

Share