Categories: ଜାତୀୟ

‘ଇଣ୍ଡିଆ’ର ବୈଠକ ପରେ ଆସିଲା ଅଖିଳେଶଙ୍କ ପ୍ରଥମ ପ୍ରତିକ୍ରିୟା

ମୁମ୍ବାଇ,୧।୯: ଆଗାମୀ ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଏନଡିଏକୁ ପରାସ୍ତ କରିବାକୁ ଦେଶର ୨୬ଟି ବଡ ଦଳ ଏକଜୁଟ ହୋଇ ମେଣ୍ଟ ଗଠନ କରିଛନ୍ତି। ଯାହାର ନାମ ‘ଇଣ୍ଡିଆ’ରଖାଯାଇଛି । ଗୁରୁବାର ଠାରୁ ମହାରାଷ୍ଟ୍ରର ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ଦୁଇ ଦିନିଆ ବୈଠକ ଆୟୋଜିତ କରାଯାଇଛି। ଏହି ସମୟରେ ‘ଇଣ୍ଡିଆ’ ମେଣ୍ଟର ଲୋଗୋ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବ ମିଳିତ ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି।

ମୁମ୍ବାଇର ଗ୍ରାଣ୍ଡ ହାଇଟ ହୋଟେଲରେ ଇଣ୍ଡିଆ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେଇଛି। ଏହି ସମୟରେ ପ୍ରଥମ ଦିନର ବୈଠକ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ,ମେଣ୍ଟ ବୈଠକ ବହୁତ ଭଲ ଥିଲା। ଏହା ପରେ ଯେତେବେଳେ ତାଙ୍କୁ ବୈଠକରେ ଆସନ ବଣ୍ଟନ ସମ୍ପର୍କରେ କୌଣସି ପ୍ରକାରର ଆଲୋଚନା ବିଷୟରେ ପଚରାଯାଇଥିଲା, ସେ ଏହା ବିଷୟରେ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ବାବଦରେ କୌଣସି ଆଲୋଚନା ହୋଇନାହିଁ, କିନ୍ତୁ ଖୁବ୍‌ଶୀଘ୍ର ଏହି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ।

Share