Categories: ଜାତୀୟ

୧୭ ଆସନ ପ୍ରସ୍ତାବ ଉପରେ ଉପରେ କଂଗ୍ରେସ ମୌନ, ଭାରତ ଯୋଡୋ ନ୍ୟାୟ ଯାତ୍ରାରୁ ଦୂରେଇ ରହିବେ ଅଧିଳେଶ

ଲକ୍ଷ୍ନୌ,୨୦।୨: କଂଗ୍ରେସ ଇଣ୍ଡିଆ ମେଣ୍ଟ ଅଧୀନରେ ଏସ୍‌ପିର ୧୭ ଟି ଆସନରେ ନିର୍ବାଚନ ଲଢିବା ପ୍ରସ୍ତାବ ଉପରେ ସୋମବାର କୌଣସି ଜବାବ ଦେଇନାହିଁ। ଏସ୍‌ପି ସୂତ୍ର ଅନୁଯାୟୀ, ସିଟ ବଣ୍ଟନ ଚୂଡାନ୍ତ ହୋଇ ନ ଥିବାରୁ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହି ଯାତ୍ରାରେ ମଙ୍ଗଳବାର ରାଏବରେଲୀରେ ସାମିଲ ହୋବର ଥିଲା। ସୋମବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଅଖିଲେଶ କହିଛନ୍ତି ଯେ, ସିଟ ବଣ୍ଟନ ନ ହେବା ପର୍ଯ୍ୟନ୍ତ ଏସ୍‌ପି ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବ ନାହିଁ।

ସମାଜବାଦୀ ପାର୍ଟି ମେଣ୍ଟ ଅଧୀନରେ ବର୍ତ୍ତମାନ ୧୭ ଆସନରେ କଂଗ୍ରେସକୁ ନିଜର ପ୍ରାର୍ଥୀ ରଖିବାକୁ ପ୍ରସ୍ତାବ ଦେଇଛି। ଏହାପୂର୍ବରୁ ଏସ୍‌ପି କଂଗ୍ରେସକୁ ୧୧ ଟି ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଥିଲା, ଯେଉଁଥିପାଇଁ ଦୁଇ ଦଳ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ସୋମବାର ଅଖିଳେଶ ଯାଦବ କଂଗ୍ରେସ ପାଇଁ ୧୭ ଟି ଲୋକ ସଭା ଆସନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

Share