Categories: ଜାତୀୟ

ବଟି ଆଦାୟ ମାମଲାରେ ଏସ୍‌ପି, ଡିସ୍‌ପି ଗିରଫ

ଗୁଆହାଟି,୪।୯: ଆସାମର ବଲାଜୀ ଜିଲାରେ ହୋଇଥିବା ବଟି ଆଦାୟ ମାମଲାରେ ସୋମବାର ଏସ୍‌ପି ଓ ଡିଏସ୍‌ପିଙ୍କୁ ଗିରଫ କରାଯାଇଛି। ଏମାନଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୯ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ବଟି ଆଦାୟ କରୁଥିବାନେଇ ଅଗଷ୍ଟ ପ୍ରଥମ ସପ୍ତାହରେ କିଛି ଲୋକେ ଅଭିଯୋଗ କରିଥିଲେ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଜି.ପି. ସିଂ କହିଛନ୍ତି। ଏହି ମାମଲାରେ ବଲାଜୀ ଜିଲା ଏସ୍‌ପିଙ୍କୁ ସିଆଇଡି ପକ୍ଷରୁ ଗିରଫ କରାଯାଇଛି। ଏଥିସହ ରବିବାର ରାତିରେ ତାଙ୍କ ସରକାରୀ ବାସଭବନରେ ଚଢ଼ଉ କରାଯାଇଛି। ପୂର୍ବରୁ ଏହି ମାମଲାରେ ଜଣେ ଏଏସ୍‌ପି, ତାଙ୍କ ସ୍ବାମୀ ଏବଂ ଅନ୍ୟ ୪ ଜଣ ପୋଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକଙ୍କୁ ଗିରଫ କରାଯାଇଥିଲା। ଘଟଣା ପରେ ବଜାଲୀ ଏସ୍‌ପିଙ୍କୁ ଜିଲା ବାହାରକୁ ବଦଳି କରାଯାଇଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share