Categories: ଜାତୀୟ

ଏସ୍‌ପି ସବୁଠୁ ଧନୀ ଆଞ୍ଚଳିକ ଦଳ

ନୂଆଦିଲ୍ଲୀ,୩।୧୨: ସମାଜବାଦୀ ପାର୍ଟି (ଏସ୍‌ପି) ଦେଶର ସବୁଠୁ ଧନୀ ଆଞ୍ଚଳିକ ଦଳ ହୋଇଥିବାବେଳେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଦ୍ୱିତୀୟ ସ୍ଥାନରେ ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟ ଅନୁଯାୟୀ ୧୦ଟି ଶୀର୍ଷ ଆଞ୍ଚଳିକ ଦଳର ମୋଟ ସମ୍ପତ୍ତି ୨୦୨୦-୨୧ରେ ୧,୯୫୯.୩୫୧ କୋଟି ରହିଥିବାବେଳେ ୨୦୨୧-୨୨ରେ ଏହା ୪୮.୪୮ ପ୍ରତିଶତ ବୃଦ୍ଧି ପାଇ ୨,୯୦୯.୧୮୬ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ୨୦୨୦-୨୧ରେ ଏସ୍‌ପିର ସମ୍ପତ୍ତି ୫୬୧.୪୬ କୋଟି ଥିବାବେଳେ ଏହା ୧.୨୩% ବଢ଼ି ୫୬୮.୩୬୯ କୋଟି ହୋଇଥିଲା। ସେହିପରି ବିଆର୍‌ଏସ୍‌ର ମୋଟ ସମ୍ପତ୍ତି ୩୧୯.୫୫ କୋଟିରୁ ବଢ଼ି ୫୧୨.୨୪ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଡିଏମ୍‌କେର ସମ୍ପତ୍ତି ୨୪୪.୮୮ ପ୍ରତିଶତ ବଢ଼ିଥିବାବେଳେ ବିଜେଡି ସମ୍ପତ୍ତି ୧୪୩.୯୨ ପ୍ରତିଶତ ବଢ଼ିଛି। ସେହିପରି ଜେଡିୟୁ ସମ୍ପତ୍ତି ୯୫.୭୮ ପ୍ରତିଶତ ଏବଂ ଏଏପି ସମ୍ପତ୍ତି ୭୧.୭୬ ପ୍ରତିଶତ ବଢ଼ିଛି। ଅନ୍ୟପକ୍ଷରେ ଏଆଇଏଡିଏମ୍‌କେ ସମ୍ପତ୍ତି ୧.୫୫% ଏବଂ ତେଲୁଗୁ ଦେଶମ୍‌ ପାର୍ଟିର ସମ୍ପତ୍ତି ୩.୦୪% ହ୍ରାସ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୨୧-୨୨ରେ ଟିଡିପିର ସର୍ବାଧିକ ଋଣ ପରିମାଣ ସର୍ବାଧିକ ୪୨.୫୮୪ କୋଟି ଟଙ୍କା ରହିଥିଲା।

Share