Categories: ଜାତୀୟ

ଆଜମଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଲକ୍ଷ୍ନୌ,୧୬।୬: ଉତ୍ତରପ୍ରଦେଶର ସାମଜବାଦୀ ପାର୍ଟି (ଏସ୍‌ପି)ର ବରିଷ୍ଠ ନେତା ତଥା ଲୋକ ସଭା ଏମ୍‌ପି ଆଜମ ଖାଁଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଗତ କିଛି ଦିନରୁ ଆଜମଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିବା ଜଣାପଡ଼ିଛି। ଏନେଇ ଆଜମଙ୍କ ପତ୍ନୀ ତଞ୍ଜୀମ ଫାତିମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜମଙ୍କ ସ୍ବାସ୍ଥ୍ୟାବସ୍ଥା ବହୁତ ଖରାପ୍‌ ରହିଛି। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। କିନ୍ତୁ ମୁହଁରେ ଅଲ୍‌ସର ହୋଇଥିବାରୁ ସେ କିଛି ବି ଖାଇପାରୁନାହାନ୍ତି ଏବଂ ତାଙ୍କ ଫୁସ୍‌ଫୁସ୍‌ ଏବେ ବି ସଂକ୍ରମିତ ଥିବାରୁ ବହୁ ଦୁର୍ବଳ ହୋଇଯାଇଛନ୍ତି ବୋଲି ଫାତିମା କହିଛନ୍ତି।

 

Share