Categories: ଜାତୀୟ

ପୁଣି ଇଡି ଜାଲରେ ଆଜମ, ପୁଅ-ପତ୍ନୀ

ଲକ୍ଷ୍ନୌ,୫।୭: ସମାଜବାଦୀ ପାର୍ଟି(ଏସ୍‌ପି)ର ବରିଷ୍ଠ ନେତା ଆଜମ ଖାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ନିକଟରେ ଜେଲ୍‌ରୁ ମୁକୁଳିଥିବା ଆଜମଙ୍କ ଘରକୁ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ପଠାଇଛି। ଆଜମ ଖାନ ତାଙ୍କ ପତ୍ନୀ ତଞ୍ଜିନ ଫାତିମା ଓ ପୁଅ ଅବଦ୍ଦୁଲା ଆଜମଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଜୋହର ୟୁନିଭର୍ସିଟି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଆଜମ ଖାନଙ୍କ ସମେତ ତାଙ୍କ ପୁଅ ଓ ପତ୍ନୀଙ୍କୁ ଲକ୍ଷ୍ନୌ ଜୋନାଲ କାର୍ଯ୍ୟାଳୟରେ ହାଜର ହେବାକୁ ମଙ୍ଗଳବାର ଏକ ସମନ ପଠାଇଛି। ଏହି ମାମଲାରେ ସେମାନଙ୍କୁ ପଚରାଉଚରା କରିବ ଇଡି।

Share