ଲକ୍ଷ୍ନୌ୧୪।୭: ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜାମ ଖାନ ପୁଣିଥରେ ଓ୍ବାଇ ବର୍ଗର ସୁରକ୍ଷା ପାଇଛନ୍ତି। ରାମପୁର ଜିଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧୀକ୍ଷକଙ୍କ ସୁପାରିଶ କ୍ରମେ Y ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ଗୁରୁବାର ଉତ୍ତରପ୍ରଦେଶ ପୋଲିସ ସୁରକ୍ଷା ବିଭାଗ ଆଜାମ ଖାନଙ୍କୁ ଝଟକା ଦେଇ Y ବର୍ଗର ସୁରକ୍ଷାକୁ ହଟାଇ ଦେଇଥିଲା। ଚିଠି ଅନୁଯାୟୀ, ଆଜାମ ଖାନ Y ବର୍ଗର ସୁରକ୍ଷା ବଜାୟ ରଖିବାର ଯଥାର୍ଥତା ଦେଖନ୍ତି ନାହିଁ। ବିବିଆଇପିର ସୁରକ୍ଷା ସଂପର୍କରେ ୮ନଭେମ୍ବର ୨୦୨୨ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଜାମ ଖାନଙ୍କ ସୁରକ୍ଷା ନେଇ ନିଷ୍ପତ୍ତି ନିଆଯାଇଥିଲା।