Categories: ଜାତୀୟ

ସମାଜବାଦୀ ପାର୍ଟି ନେତାଙ୍କ ଘରେ ଆୟକର ବିଭାଗର ମାରାଥନ ରେଡ: ୧୫ ଘଣ୍ଟାରେ ମିଳିଲା ୧୭ ହଜାର ଟଙ୍କା

ଲକ୍ଷ୍ନୌ,୧୯ ।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶନିବାର ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନିକଟତମ କୁହାଯାଉଥିବା ନେତାଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଚିବ ଓ ପ୍ରବକ୍ତା ରାଜୀବ ରାୟଙ୍କ ଘରେ ଦୀର୍ଘ ୧୫ ଘଣ୍ଟା କାଳ ଚଢାଉ କରାଯାଇଥିବା ବେଳେ ତାଙ୍କ ଘରୁ ମାତ୍ର ୧୭ ହଜାର ଟଙ୍କା ମିଳିଥିବା ସୂଚନା ରହିଛି । ଏହି ଚଢାଉକୁ ନେଇ ଅଖିଳେଶ କହିଥିଲେ ନିର୍ବାଚନ ପୂର୍ବରୁ ଏପରି ଚଢାଉ ଜାଣିଶୁଣି କରାଯାଉଛି । ଏବେ ଇଡି ଓ ସିବିଆଇ ବି ଆସିବେ । ସୂଚନାଯୋଗ୍ୟ, ଶନିବାର ସକାଳ ପ୍ରାୟ ୭ଟାରେ ଆୟକର ବିଭାଗର ଟିମ୍ ମଉ ସ୍ଥିତ ରାଜୀବ ରାୟଙ୍କ ଘରେ ପହଞ୍ଚି ଯାଇଥିଲେ ।

Share