Categories: ଜାତୀୟ

ବିଧାୟକ ଅବୁ ଆଜମିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨୭।୬: ସମାଜବାଦୀ ପାର୍ଟି ବିଧାୟକ ଅବୁ ଆଜମିଙ୍କୁ ହ୍ବାଟସଆପ ମେସେଜ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି। ଜଣେ ଅଜଣା ବ୍ୟକ୍ତି ଏଭଳି ଧମକ ଦେଇଛନ୍ତି। ଏ ନେଇ ବିଧାୟକ କୋଲାବା ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି, ଏହି ଭଦ୍ରବ୍ୟକ୍ତି ମୋତେ ୩ଦିନର ଟାର୍ଗେଟ ସମୟ ଦେଇଥିବେ କିମ୍ବା ମୋର ବ୍ୟକ୍ତିଗତ ଫୋନ ନମ୍ବରରେ କଲ ଏବଂ ହହ୍ବାଟସଆପ ମାଧ୍ୟମରେ ମୋତେ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

ଏହି ଘଟଣା କୋଲାବା ପୋଲିସ ଷ୍ଟେସନକୁ ଜଣାଯାଇଛି। ଅବୁ ଆଜମି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ, ମୁମ୍ବାଇ ପୋଲିସ କମିଶନର ବିବେକ ଫଣସଲକର ଏବଂ ମୁମ୍ବାଇ ପୋଲିସକୁ ନିବେଦନ କରିଛନ୍ତି ଏବଂ ତୁରନ୍ତ ଏଡା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
ସୂଚନାଯୋଗ୍ୟ, ଜାନୁୟାରୀରେ ମଧ୍ୟ ଅବୁ ଆଜମିଙ୍କୁ ହତ୍ୟା ଧମକ ମିଳିଥିଲା। ତା’ପରେ ସମାଜବାଦୀ ପାର୍ଟିର ମହାରାଷ୍ଟ୍ର ମୁଖ୍ୟ ଆବୁ ଅସୀମ ଆଜମିଙ୍କୁ ଔରଙ୍ଗଜେବଙ୍କ ସମର୍ଥନରେ ଦେଇଥିବା ବୟାନ ପାଇଁ ହତ୍ୟା ଧମକ ମିଳିଥିଲା।

Share