Categories: ଜାତୀୟ

ପାର୍ଟି ବଦଳିଲେ ଭାଜପା, ଏସ୍‌ପି ପ୍ରାର୍ଥୀ

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶରେ ନେତାଙ୍କ ଦଳ ବଦଳ ଜାରି ରହିଛି। ଏହି ଅବସରରେ ସମାଜବାଦୀ ପାର୍ଟି ବିଧାୟକ ସୁଭାଷ ରାୟ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ସେହିପରି ଜଲାଲବାଦ ବିଧାନସଭା କ୍ଷେତ୍ରରୁ ଭାଜପା ପ୍ରାର୍ଥୀ ଅନିଲ ବର୍ମା ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି ।

ଅନିଲ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ନେଇ ଅଖିଳେଶ ଯାଦବଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହାସହ ସମାଜବାଦୀ ପାର୍ଟିକୁ ଆଗକୁ ନେବାକୁ ହେବ ବୋଲି ସେ ଟୁଇଟରେ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷେ ଦିଲ୍ଲୀ କାର୍ଯ୍ୟାଳୟରେ ସମାଜବାଦୀ ପାର୍ଟି ବିଧାୟକ ସୁଭାଷ ରାୟ ଭାଜପାରେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ୨ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ, ଦିନେଶ ଶର୍ମା ଏବଂ ଉତ୍ତର ପ୍ରଦେଶ ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Share