Categories: ଜାତୀୟ

ବିଧାୟକଙ୍କ ପେଟ୍ରୋଲ ପମ୍ପରେ ଯୋଗୀଙ୍କ ବୁଲଡୋଜର

ବରେଲି,୭।୪: ସମାଜବାଦୀ ପାର୍ଟି ବିଧାୟକ ଶଜିଲ ଇସ୍‌ଲାମ ଅନ୍‌ସାରୀଙ୍କର ଏକ ପେଟ୍ରୋଲ ପମ୍ପ୍‌କୁ ଗୁରୁବାର ଭାଙ୍ଗି ଦିଆଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ବିଧାୟକ ଅନ୍‌ସାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ବରେଲି-ଦିଲ୍ଲୀ ଜାତୀୟ ରାଜପଥର ପର୍ସାଖେଡାଠାରେ ଥିବା ତାଙ୍କ ପେଟ୍ରୋଲ ପମ୍ପ୍‌ ବେଆଇନ ଭାବେ ନିର୍ମିତ ହୋଇଥିବା ଦର୍ଶାଇ ବରେଲି ଉନ୍ନୟନ କର୍ତ୍ତୃପକ୍ଷ ବୁଲ୍‌ଡୋଜର ସହାୟତାରେ ଏହାକୁ ଭାଙ୍ଗି ଦେଇଛନ୍ତି। ଏନେଇ ପୂର୍ବରୁ ବିଧାୟକଙ୍କ ପାଖକୁ ନୋଟିସ ପଠାଯାଇଥିଲେ ହେଁ ସେ ଏହାର ଜବାବ ରଖି ନ ଥିଲେ ବୋଲି ବିଡିଏ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସିଂ କହିଛନ୍ତି।
ଗତ ଶୁକ୍ରବାର ଅନ୍‌ସାରୀ ନିଜ ନିର୍ବାଚନ ମଣ୍ଡଳୀରେ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବାବେଳେ କହିଥିଲେ, ବିଧାନସଭାରେ ତାଙ୍କ ଦଳର ଶକ୍ତି ବୃଦ୍ଧି ପାଇଛି। ଆଦିତ୍ୟନାଥ ଯଦି ପାଟି କରନ୍ତି, ତେବେ ଏସ୍‌ପି ବନ୍ଧୁକ ଧୂଆଁ ଛାଡ଼ିବ ନାହଁ ଗୁଳି ଫୁଟାଇବ ବୋଲି ସେ କହିଥିଲେ। ଏହି ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା।

Share