ଲକ୍ଷ୍ନୌ,୨୯।୧: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟିର ୬୨ ସଦସ୍ୟ ବିଶିଷ୍ଟ ଜାତୀୟ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ଏଥିରେ ଅଖିଳେଶ ଦଳର ବରିଷ୍ଠ ନେତା ତଥା ଦାଦା ଶିବପାଲ ଯାଦବଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି। ଶିବପାଲଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହିତ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ମଧ୍ୟ ଦିଆଯାଇଛି। ସେହିପରି ଏସପି ନେତା ରାମ ଗୋପାଳ ଯାଦବଙ୍କୁ ଜାତୀୟ ମୁଖ୍ୟ ଶାସନ ସଚିବଙ୍କ ଦାୟିତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ, ଏସପି ପୃଷ୍ଠପୋଷକ ତଥା ପୂର୍ବତନ ୟୁପି ସିଏମ ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଦାଦା ଶିବପାଲ ଏବଂ ଅଖିଳେଶ ଯାଦବ ଏକଜୁଟ ହୋଇଥିଲେ। ଏହାପୂର୍ବରୁ ୨ ନେତାଙ୍କ ମଧ୍ୟରେ ଝଗଡା ହୋଇଥିଲା। କେବଳ ଏତିକି ନୁହେଁ, ଏସପି ଛାଡିବା ପରେ ଶିବପାଲ ମଧ୍ୟ ନିଜର ଦଳ ଗଠନ କରିଥିଲେ।