Categories: ଜାତୀୟ

ପୁରୁଣା ପେନସନ ଲାଗୁ କରିବାକୁ ଅଖିଳେଶଙ୍କ ଘୋଷଣା

ଲକ୍ଷ୍ନୌ,୨୦।୧: ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳଗୁଡିକ ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ଏଭଳି ପରିସ୍ଥିତିରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ବନ୍ଦ ହୋଇଯାଇଥିବା ଏକ ସରକାରୀ ଯୋଜନାକୁ ପୁଣି ଲାଗୁ କରିବାକୁ ଜନସାଧାରଣଙ୍କୁ କହିଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅଖିଳେଶ କହିଛନ୍ତି, ୨୦୨୨ ନିର୍ବାଚନରେ ସମାଜବାଦୀ ପାର୍ଟି ସରକାରକୁ ଆସିଲେ ପୁରୁଣା ପେନସନ ଯୋଜନାକୁ ପୁଣି ଲାଗୁ କରିବାକୁ କହିଛନ୍ତି।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ୨୦୦୫ ପରେ ଯେଉଁମାନେ ସରକାରୀ ଚାକିରୀ କରିଛନ୍ତି ସେମାନଙ୍କୁ ପେନସନ ମିଳିବ ନାହିଁ । ହେଲେ ୨୦୨୨ରେ ୟୁପିରେ ସମାଜବାଦୀ ସରକାର ଆସିଲେ ୨୦୦୫ ପରେ ସରକାରୀ ଚାକିରୀ କରିଥିବା ସମସ୍ତ କର୍ମଚାରୀଙ୍କୁ ପେନସନ ଯୋଗାଇ ଦେବାକୁ ଅଖିଲେଶ କହିଛନ୍ତି। ଏହି ଯୋଜନା ଲାଗୁହେଲେ ୧୨ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ ବୋଲି ସେ କହିଛନ୍ତି।

ଏପରି କି ସରକାରୀ କର୍ମଚାରୀଙ୍କ ପାଇଁ କ୍ୟାସଲେସ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତାଙ୍କ ଘର ପାଖରେ ଚାକିରୀ କରିବାର ସୁଯୋଗ ମିଳିବ ବୋଲି ଅଖିଲେଶ କହିଛନ୍ତି।

 

Share