ମହାକାଶ ପାଲଟୁଛି ଅଳିଆ ଗଦା, ବିଶେଷଜ୍ଞଙ୍କ ଚେତାବନୀ…

ଓ୍ବାଶିଂଟନ, ୨୩।୧ : କମର୍ସିଆଲ ସ୍ପେସ୍‌ ଇଣ୍ଡଷ୍ଟ୍ରିର ବିକାଶ ଧାରା ଜାରି ରହିଛି। ଏହା ଯୋଗୁ ମହାକାଶ ଏବେ ଅଳିଆ ଗଦା ପାଲଟିବା ଆରମ୍ଭ କରିଛି। ମହାକାଶରେ କୁଢ଼ କୁଢ଼ ଆବର୍ଜନା ସୃଷ୍ଟି ହେବାରେ ଲାଗିଛି। ସ୍ପେସ ବର୍ଜ୍ୟବସ୍ତୁ ବିଷୟରେ ବିଶେଷଜ୍ଞ ଚେତାବନୀ ଦେଇ କହିଛନ୍ତି ଯେ ଏହା ସ୍ପେସର ଏକ ବଡ଼ ଅଂଶକୁ ଅଦରକାରୀ କରିଦେଇଛି।

ସମ୍ପ୍ରତି ସ୍ପେସ ଇଣ୍ଡଷ୍ଟ୍ରିରେ ଏକ ନୂଆ ଧାରା ଦେଖିବାକୁ ମିଳିଛି। ଏଥିରେ ସ୍ପେସ ଏକ୍ସ ସହିତ ଏଲୋନ ମସ୍କ ଏବଂ ବ୍ଲୁ ଅରିଜିନ ତଥା ଜେଫ ବେଜୋସଙ୍କ ପରି ବିଲିୟନେୟାର ବ୍ୟବସାୟୀ ଆଗରେ ଅଛନ୍ତି।

ସାଟେଲାଇଟ ଟ୍ରାକିଂ କମ୍ପାନୀ ଲିଓ ଲ୍ୟାବ୍ସର ସିଇଓ ଡନ ସେପର୍ଲି ଦାବି କରିଛନ୍ତି ଯେ କମର୍ସିଆଲ ସ୍ପେସ୍‌ ଇଣ୍ଡଷ୍ଟ୍ରିର ବିକାଶର ଦ୍ରୁତ ଅଭିବୃଦ୍ଧି ପୃଥିବୀ ଉପରେ ବହୁ ପରିମାଣର ଅଳିଆ ଗଦା କରିବାରେ ଲାଗିଛି। ସେ କହିଛନ୍ତି ଯେ ବଢୁଥିବା ପରିମାଣର ବର୍ଜ୍ୟବସ୍ତୁ ଧକ୍କା ହେବାର ଆଶଙ୍କା ସୃଷ୍ଟି କରିବା ସହିତ ପୃଥିବୀ ପାଇଁ ନୂଆ ବିପର୍ଯ୍ୟୟ ଆଣିବ ବୋଲି ସେ କହିଛନ୍ତି।

ସେପର୍ଲି କହିଛନ୍ତି ଯେ ମହାକାଶ ଦୌଡ଼ରେ ଏବେ ପୃଥିବୀର ସୁପର ପାୱାରମାନଙ୍କ ମଧ୍ୟରେ ଏକ ନୂତନ ଧାରା ସୃଷ୍ଟି ହେବାରେ ଲାଗିଛି। ମହାକାଶରେ ବୃଦ୍ଧି ପାଉଥିବା ଆବର୍ଜନା ଅନ୍ୟ ଉପଗ୍ରହ ପାଇଁ ମଧ୍ୟ ଗୁରୁତର ବିପଦ ସୃଷ୍ଟି କରିବାର ଆଶଙ୍କାକୁ ବହୁଗୁଣିତ କରିଥିବା ସେ କହିଛନ୍ତି।

Share