ମହାକାଶ ହାବେଳି

ପୃଥିବୀରେ ଅଳିଆ ଆବର୍ଜନା ଏତେ ମାତ୍ରାରେ ବଢ଼ିଗଲାଣି ଯେ, ତାହାକୁ ସହ୍ୟ କରିବା କ୍ଷମତା ଏହି ଗ୍ରହର କମି ଆସୁଛି ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କଲେଣି। ଭୂପୃଷ୍ଠ ଓ ଜଳଭାଗ ପଲିଥିଲିନ୍‌ରେ ଭର୍ତ୍ତି। ପର୍ଯ୍ୟାପ୍ତ ଜଙ୍ଗଲକ୍ଷୟ ଯୋଗୁ ବିଶ୍ୱତାପନ ବୃଦ୍ଧି ପାଉଛି। ପର୍ବତାରୋହୀ ବ୍ୟବହାର କରୁଥିବା ଜିନିଷ ଓ ଉପକରଣ ଛାଡ଼ି ଦେଇ ଆସୁଥିବାରୁ ସେଠାରେ ଯେଭଳି ବହଳରେ ଅଳିଆ ରହିଲାଣି ତାହା ତା’ର ପର୍ଯ୍ୟାବରଣ ପ୍ରତି ବିପଦ ସୃଷ୍ଟି କଲାଣି। ହିମାଳୟ ନଷ୍ଟ ହେଉଥିବାର ଅନେକ ରିପୋର୍ଟ ପ୍ରକାଶ ପାଇଲାଣି। ଏହିଭଳି ଅସ୍ବାଭାବିକ ସ୍ଥିତି ଯୋଗୁ ଜଳବାୟୁ ପରିବର୍ତ୍ତନ ଦେଖାଦେଉଛି। ଆଜିର କରୋନା ମହାମାରୀ ପ୍ରକୃତିଗତ ଅସନ୍ତୁଳନରୁ ଜନ୍ମ ନେଇଛି ବୋଲି କେତେକ ବିଶେଷଜ୍ଞ କହୁଛନ୍ତି। ଫଳରେ ପୃଥିବୀବ୍ୟାପୀ ମଣିଷ ଏବେ ଜୀବନ ବଞ୍ଚାଇବା ପାଇଁ କିଭଳି ଡହଳବିକଳ ହେଉଛି ତାହା ସମସ୍ତେ ଅନୁଭବ କଲେଣି।
ମହାକାଶ କଥା ଦେଖିଲେ ସେଠାରେ ମଧ୍ୟ ପ୍ରଦୂଷଣ ଘନେଇବାରେ ଲାଗିଛି। ମହାଶୂନ୍ୟକୁ ଜୟ କରିବା ପ୍ରତିଦ୍ୱନ୍ଦ୍ୱିତାରେ ମହାକାଶରେ ଯାନ ଚଳାଇବାରେ ଅନେକ ରାଷ୍ଟ୍ର ଲାଗିପଡ଼ିଛନ୍ତି। ପରବର୍ତ୍ତୀ ସମୟରେ ସେହି ଯାନଗୁଡ଼ିକ ଅକ୍ଷମ ହୋଇ ସ୍ପେଶ୍‌ କ୍ଲଟର ବା ମହାକାଶରେ ଅଳିଆ ଭାବେ ବୁଲିଥାଉଛି। ଆଉ କିଛି ଅକାମୀ ହୋଇ ଭୂପୃଷ୍ଠକୁ ଖସିପଡ଼ୁଛି। ମହାକାଶ ଯାତ୍ରାରେ ଅହରହ କାର୍ଯ୍ୟ କରୁଥିବା ରାଷ୍ଟ୍ର ସେହିଠାରେ ତାହାକୁ ନଷ୍ଟ କରିବାର ପ୍ରଯୁକ୍ତି ବ୍ୟବହାର କରୁଥିଲେ ମଧ୍ୟ କେତେକ ଦେଶ ସେଥିପ୍ରତି ନଜର ନ ଦେବାରୁ ଏହା ପୃଥିବୀ ପାଇଁ ବିପଦ ଆଣିଦେଲାଣି। ଏହାର ସଦ୍ୟ ଉଦାହରଣ ହେଉଛି ଚାଇନାର ‘ଲଙ୍ଗ୍‌ ମାର୍ଚ୍ଚ-୫ବି’ ରକେଟ୍‌ର ଭଗ୍ନାବଶେଷ ସପ୍ତାହେ ହେବ ଦିଗହରା ହୋଇପଡ଼ିଥିବା ଘଟଣା। ଏହି ରକେଟ୍‌ ପ୍ରାୟ ୧୦୦ ଫୁଟ୍‌ ଲମ୍ବ ବିଶିଷ୍ଟ ହୋଇଥିବା ବେଳେ ଓଜନ ୨୧ ଟନ୍‌ । ଶେଷରେ ୯ ମେ’ରେ ଏହାର ଭଗ୍ନାବଶେଷ ଭାରତ ମହାସାଗରରେ ମାଳଦ୍ୱୀପ ନିକଟରେ ଖସିପଡ଼ିଛି। ପୃଥିବୀର ସ୍ଥଳଭାଗରେ ଖସିପଡ଼ିଲେ ତାହା ବ୍ୟାପକ କ୍ଷତି କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ପ୍ରଥମେ ଅନୁମାନ ଲଗାଯାଉଥିଲା ଯେ, ଏହା ନ୍ୟୁଜିଲାଣ୍ଡର କୌଣସି ଏକ ଦ୍ୱୀପରେ ଖସିପାରେ। ଅବଶ୍ୟ କୁହାଯାଉଛି ଏହାର ଅନେକ ଅଂଶ ପୃଥିବୀ ଆଡ଼କୁ ଆସୁଥିବା ବେଳେ ନଷ୍ଟ ହୋଇଯାଇଛି। ସୂଚନା ଦିଆଯାଇପାରେ ଯେ, ଗତ ବର୍ଷ ମେ’ରେ ଚାଇନାର ଏକ ରକେଟ୍‌ ପଶ୍ଚିମ ଆଫ୍ରିକାର ଆଇଭରି କୋଷ୍ଟ୍‌ର ସ୍ଥଳଭାଗରେ ପଡ଼ିଥିଲା। ତାହା ସମ୍ପୃକ୍ତ ଅଞ୍ଚଳକୁ ନଷ୍ଟ କରିଥିଲେ ହେଁ ସେଠାରେ କେହି ବସବାସ କରୁ ନ ଥିବା ଜଣାପଡ଼ିଛି। ବାସ୍ତବରେ ଯଦି କେହି ବାସ କରୁଥାଆନ୍ତେ, ତାହା ବ୍ୟାପକ ଜୀବନହାନି ଘଟାଇଥାଆନ୍ତା। ତେଣୁ ଚାଇନାର ବୈଜ୍ଞାନିକମାନେ ଠିକ୍‌ ଭାବେ ପ୍ରଯୁକ୍ତି କୌଶଳ ଅବଲମ୍ବନ କରି ନ ଥିବାରୁ ଏପରି ଘିଟିଥିଲା। ଉଲ୍ଲେଖଯୋଗ୍ୟ ଯେ, ସାଧାରଣରେ ବାୟୁମଣ୍ଡଳକୁ ପୁନଃ ପ୍ରବେଶ କଲା ବେଳେ ଘର୍ଷଣ ଯୋଗୁ ଭଗ୍ନାବଶେଷ ଜଳି ଯାଇଥାଏ। ଯଦି ରକେଟ୍‌ର ଓଜନ ୨୨ ଟନ୍‌ରୁ ଅଧିକ ହୋଇଥାଏ, ତାହା ହେଲେ ତାହାର ଏକ ବୃହତ୍‌ ଅଂଶ ପୃଥିବୀପୃଷ୍ଠରେ ପଡ଼ି କ୍ଷତି କରିଥାଏ। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ମହାକାଶକୁ ଛଡ଼ା ଯାଉଥିବା ରକେଟ୍‌ର ଭଗ୍ନାବଶେଷ ପ୍ରାୟତଃ ଅନ୍ତର୍ଜାତୀୟ ଜଳସୀମାରେ ପଡ଼ିଥାଏ। ଚାଇନା କ୍ଷେତ୍ରରେ ଦେଖାଦେଇଥିବା ବ୍ୟତିକ୍ରମ ତାହା ପ୍ରଯୁକ୍ତି କୌଶଳରେ ସ୍ବଚ୍ଛତା ବଜାୟ ରଖିବାରେ ବିଫଳ ହୋଇଛି ବୋଲି କହି ଆମେରିକା ମହାକାଶ କେନ୍ଦ୍ର ‘ନାସା’ ସମାଲୋଚନା କରିଛି। ନାସା ଯେଉଁ ଉଦ୍‌ବେଗ ପ୍ରକାଶ କରିଛି, ତାହାକୁ ମହାକାଶ ଯାତ୍ରା କାର୍ଯ୍ୟରେ ନିୟୋଜିତ ଦେଶଗୁଡ଼ିକ ଗମ୍ଭୀରତାର ସହିତ ନେବା ଦରକାର। ପରସ୍ପର ଭିତରେ ପ୍ରତିଦ୍ୱନ୍ଦ୍ୱିତା କରାଯିବା ଦ୍ୱାରା ପୃଥିବୀ ଗ୍ରହକୁ ବହୁତ କ୍ଷତି ପହଞ୍ଚିଲାଣି। ପୁଣି ମହାକାଶ ଓ ବାୟୁମଣ୍ଡଳକୁ ଅସନ୍ତୁଳନ କରାଗଲେ ସେଥିରେ ଯେଉଁ କ୍ଷତି ଘଟିବ, ମଣିଷ ସମ୍ଭାଳିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ...

ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା...

ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ...

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri