ମହାକାଶରେ ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ଓ୍ବାକ୍‌

ଓ୍ବାଶିଂଟନ, ୧୩ା୯:ଆମେରିକୀୟ ମହାକାଶଯାନ ନିର୍ମାତା କମ୍ପାନୀ ‘ସ୍ପେସ୍‌ଏକ୍ସ’ର ‘ପୋଲାରିସ୍‌ ଡନ୍‌’ ମିଶନକୁ ଗୁରୁବାର ସଫଳତା ମିଳିଛି। ପ୍ରଥମ ନନ୍‌ପ୍ରଫେଶ୍‌ନାଲ ଆଷ୍ଟ୍ରନଟ୍‌ ଭାବେ ସ୍ପେସ୍‌ଓ୍ବାକ୍‌ କରି ଆମେରିକୀୟ ଉଦ୍ୟୋଗୀ ତଥା କ୍ରେଡିଟ୍‌ କାର୍ଡ ପ୍ରସେସିଂ କମ୍ପାନୀ ‘ସିଫ୍ଟସ୍‌ ଫର୍‌ ପେମେଣ୍ଟସ୍‌’ର ପ୍ରତିଷ୍ଠାତା ଜରେଡ୍‌ ଇସାକ୍‌ମ୍ୟାନ(୪୧) ଇତିହାସ ରଚିଛନ୍ତି। ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ ବ୍ୟକ୍ତି ଭାବେ ସେ ମହାକାଶର ସର୍ବାଧିକ ଉଚ୍ଚତାରେ ସ୍ପେସ୍‌ଓ୍ବାକ୍‌ କରିଛନ୍ତି। ଏପରି କରିପାରିଥିବା ଅଳ୍ପ କେତେଜଣ ପେସାଦାର ମହାକାଶଚାରୀଙ୍କ ତାଲିକାରେ ମଧ୍ୟ ଆଇସେକ୍‌ମ୍ୟାନ ସାମିଲ ହୋଇଛନ୍ତି।
ଗୁରୁବାର ଡ୍ରାଗନ କ୍ୟାପ୍‌ସୁଲ୍‌ର ହ୍ୟାଚ୍‌ ଖୋଲିବା ପରେ ଇସାକ୍‌ମ୍ୟାନଙ୍କର ଏହି ଐତିହାସିକ ସ୍ପେସ୍‌ ଯାତ୍ରା ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ସେ କ୍ୟାପ୍‌ସୁଲର ଚାପ କମ୍‌ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ। ଯୋଜନା ମୁତାବକ ପ୍ରଥମେ ଇସାକ୍‌ମ୍ୟାନ କ୍ୟାପ୍‌ସୁଲରୁ ବାହାରକୁ ଆସିଥିଲେ। ସ୍ପେସ୍‌ଓ୍ବାକ୍‌ କରୁଥିବା ସମୟରେ ସେ ପିନ୍ଧିଥିବା ନୂତନ ସ୍ପେସ୍‌ ସୁଟ୍‌ ଠିକ୍‌ ଭାବେ କାମ କରୁଛି କି ନାହିଁ ତାହା ସୁନିଶ୍ଚିତ କରିବାକୁ ପୂରା ସମୟ ତାଙ୍କୁ ତାଙ୍କ ହାତ କିମ୍ବା ଗୋଡ଼କୁ କ୍ୟାପ୍‌ସୁଲ ସହ ସଂଲଗ୍ନ ରଖିବାକୁ ପଡ଼ିଥିଲା। ୨ ଘଣ୍ଟା ଧରି ତାଙ୍କର ଏହି ସ୍ପେସ୍‌ଓ୍ବାକ୍‌ ଚାଲିଥିଲା। ଇସାକ୍‌ମ୍ୟାନ ସ୍ପେସ୍‌ଓ୍ବାକ୍‌ ଆରମ୍ଭ କରିବାର ୧୫ ମିନିଟ୍‌ ପରେ ସ୍ପେସ୍‌ଏକ୍ସ’ର ସ୍ପେସ୍‌ ଅପରେଶନ ଇଞ୍ଜିନିୟର ତଥା ‘ପୋଲାରିସ୍‌ ଡନ୍‌’ ମିଶନର ଅନ୍ୟତମ କ୍ରୁ ସଦସ୍ୟ ସାରାହ ଗିଲ୍‌ସ କ୍ୟାପଶୁଲରୁ ବାହାରି ଇସାକ୍‌ମ୍ୟାନଙ୍କୁ ଅନୁସରଣ କରିଥିଲେ। ମଙ୍ଗଳବାର ନାସାର ଫ୍ଲୋରିଡାସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ‘ପୋଲାରିସ୍‌ ଡନ୍‌’ ମିଶନକୁ ଲଞ୍ଚ କରାଯାଇଥିଲା। ଏହାପରେ ‘ସ୍ପେସ୍‌ ଏକ୍ସ’ର ଡ୍ରାଗନ କ୍ୟାପ୍‌ସୁଲ ୪ ଜଣ
ନନ୍‌ ପ୍ରଫେଶନାଲ ମହାକାଶଚାରୀଙ୍କୁ ପୃଥିବୀଠାରୁ ୧୪୦୦ କିଲୋମିଟର ଉଚ୍ଚତାରେ ପହଞ୍ଚାଇଥିଲା। ସ୍ପେସ୍‌ଏକ୍ସ’ର ୪ କ୍ରିଉ ସଦସ୍ୟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍‌)ର ୩ ଗୁଣା ଉଚ୍ଚରେ ରବିବାର ପର୍ଯ୍ୟନ୍ତ ଅତିବାହିତ କରିବେ। ଇସାକ୍‌ମ୍ୟାନ ସ୍ପେସ୍‌ଓ୍ବାକ୍‌ କରିବା ପୂର୍ବରୁ ମିଶନରେ ଥିବା ସମସ୍ତ ୪ କ୍ରିଉ ସଦସ୍ୟ ମହାକାଶର ଶୂନ୍ୟତାରୁ ରକ୍ଷା ପାଇବା ପାଇଁ ଉଦ୍ଦିଷ୍ଟ ସ୍ପେସ୍‌ଓ୍ବାକିଂ ସୁଟ୍‌ ପିନ୍ଧିଥିଲେ। ଯେତେବେଳେ ଇସାକ୍‌ମ୍ୟାନ ଓ ସାରାହ ସ୍ପେସ୍‌ଓ୍ବାକ୍‌ କରୁଥିଲେ, ସେତେବେଳେ ମିଶନର ଅନ୍ୟ ୨ କ୍ରିଉ ସଦସ୍ୟ ପାଇଲଟ ସ୍କଟ୍‌ ପୋଟିଟ୍‌ ଏବଂ ସ୍ପେସ୍‌ଏକ୍ସ ଇଞ୍ଜିନିୟର ଅନ୍ନା ମେନନ୍‌ କ୍ୟାପ୍‌ସୁଲ ମଧ୍ୟରେ ନିଜ ଆସନରେ ବସି ରହିଥିଲେ। ଉଭୟେ ଇସାକ୍‌ମ୍ୟାନ ଏବଂ ସାରାହଙ୍କ ଉପରେ ନଜର ରଖିଥିଲେ। ଏହି ମିଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ୪ କ୍ରିଉ ସଦସ୍ୟଙ୍କୁ ସ୍ପେସ୍‌ ଏକ୍ସ ପକ୍ଷରୁ ବ୍ୟାପକ ପ୍ରଶିକ୍ଷଣ ଦିଆଯାଇଥିଲା। ତେବେ ଇସାକ୍‌ମ୍ୟାନଙ୍କୁ ସଫଳତା ମିଳିବା ପରେ ସ୍ପେସ୍‌ଏକ୍ସ ମୁଖ୍ୟ ଏଲନ ମସ୍କ ‘ପୋଲାରିସ୍‌ ଡନ୍‌’ ମିଶନକୁ ପ୍ରଶଂସା କରିଛନ୍ତି। ବ୍ରହ୍ନାଣ୍ଡର ବିଭିନ୍ନ ରହସ୍ୟ ଉନ୍ମୋଚନ କରିବା ପାଇଁ ଏହି ମିଶନର ଉଦ୍ଦେଶ୍ୟ ସଫଳ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିବସୀୟ ଗସ୍ତରେ ଆମେରିକାରେ ପହଞ୍ଚିଲେ ମୋଦି

ଓ୍ବାଶିଂଟନ,୧୩।୨: ବୁଧବାର (ଫେବୃଆରୀ ୧୨) ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ପହଞ୍ଚିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି...

ତସଲିମା ନସରିନଙ୍କ ପୁସ୍ତକ ବିକ୍ରିକୁ ନେଇ ବାଂଲାଦେଶରେ ହଙ୍ଗାମା, କାନଧରି ମାଗିଲେ କ୍ଷମା

ଢାକା,୧୨।୨: ତସଲିମା ନସରିନଙ୍କ ପୁସ୍ତକ ବିକ୍ରୟକୁ ନେଇ ବାଂଲାଦେଶରେ ବଡ଼ ହଙ୍ଗାମା ହୋଇଛି। ଢାକାର ଏକ ପୁସ୍ତକ ଦୋକାନ ଉପରେ ପ୍ରତିବାଦକାରୀଙ୍କ ଏକ ଗୋଷ୍ଠୀ ଆକ୍ରମଣ...

ମୋଦିଙ୍କୁ ମିଳିଗଲା ପୁଟିନଙ୍କ ଭଳି ଆଉ ଜଣେ ବନ୍ଧୁ, ମନ ମୋହି ନେଲେ ମାକ୍ରନ

ପ୍ୟାରିସ,୧୨।୨: ଭାରତ-ରୁଷିଆ ବନ୍ଧୁତା ଦଶନ୍ଧି ପୁରୁଣା। ଏହାର ଝଲକ ସମୟ ସମୟରେ ଦୃଶ୍ୟମାନ ହୋଇଛି। ବିଶ୍ୱ ମଧ୍ୟ ଏହା ବିଷୟରେ ଅବଗତ। ପ୍ରଧାନମନ୍ତ୍ରୀ ମୋଦି ଏବଂ...

ଆସିଲା ଖୁସି ଖବର! ଖୁବ ଶୀଘ୍ର ଫେରିବେ ସୁନିତ, ନାସା କହିଲା ତାରିଖ

ଓ୍ବାଶିଂଟନ,୧୨।୨: ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସଙ୍କ ଫେରିବା ସମ୍ପର୍କରେ ଏକ ବଡ଼ ଅପଡେଟ ଆସିଛି। ନାସା ଏବଂ ସ୍ପେସଏକ୍ସ ଏଜେନ୍ସିର ସ୍ପେସଏକ୍ସ କ୍ରୁ-୯ ମହାକାଶଚାରୀ...

ପୁଟିନଙ୍କୁ ହରାଇବାକୁ ‘ସୁନ୍ଦରୀ ମହିଳା’ଙ୍କୁ ପଠାଇଛନ୍ତି ଜେଲନସ୍କି

ମସ୍କୋ/କ୍ୱିଭ,୧୨।୨: ରୁଷିଆ ଜଣେ ତଥାକଥିତ ୟୁକ୍ରେନୀୟ ମହିଳା ଗୁପ୍ତଚରଙ୍କୁ ଗିରଫ କରିଛି। ରୁଷିଆ ଦାବି କରିଛି ଯେ ଜଣେ ୟୁକ୍ରେନୀୟ ମହିଳା ପାୱାରଲିଫ୍ଟିଂ ଚାମ୍ପିଅନଙ୍କୁ ଜଣେ...

Free Alcohol, Hangover Leave: କର୍ମଚାରୀଙ୍କୁ ଖୁସି କଲା ଏହି କମ୍ପାନୀ, ଏଣିକି କାମ ସମୟରେ ମିଳିବ ମାଗଣାରେ ମଦ

ଟୋକିଓ,୧୨।୨: ଜାପାନର ଏକ ଟେକ କମ୍ପାନୀ ନୂତନ କର୍ମଚାରୀଙ୍କୁ ଆକର୍ଷିତ କରିବା ପାଇଁ ଏକ ଅନନ୍ୟ ପଦ୍ଧତି ଆପଣାଇଛି। ଲାଭଜନକ ଦରମା ଦେଇ ନପାରି, ଏହି...

ଅନମୋଲ ବିଷ୍ଣୋଇଙ୍କଠାରୁ ଗୋଲଡି ବ୍ରାରଙ୍କ ପର୍ଯ୍ୟନ୍ତ, ମୋଷ୍ଟ ଓ୍ବାଣ୍ଟେଡ ଗ୍ୟାଙ୍ଗଷ୍ଟରଙ୍କ ହଜିବ ନିଦ

ଓ୍ବାାଇଂଟନ/ନୂଆଦିଲ୍ଲୀ,୧୨।୨: ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ, ଭାରତର ଶୀର୍ଷ ସୁରକ୍ଷା ଏଜେନ୍ସିଗୁଡ଼ିକ ଆମେରିକାରେ ବସବାସ କରୁଥିବା ୧୨ ଜଣ ଗ୍ୟାଙ୍ଗଷ୍ଟରଙ୍କ ଏକ ତାଲିକା ପ୍ରସ୍ତୁତ କରିଛନ୍ତି।...

ପ୍ରବାସୀଙ୍କୁ ପୁଣିଥରେ ବଡ଼ ଝଟକା ଦେଲେ ଟ୍ରମ୍ପ, ଅଡୁଆରେ ପଡିବେ…

ଓ୍ବାଶିଂଟନ,୧୨।୨: ରାଷ୍ଟ୍ରପତି ହେବା ପରଠାରୁ, ଡୋନାଲ୍ଡ ଟ୍ରମ୍ପ ତାଙ୍କର ଭିନ୍ନ ଭିନ୍ନ ନିଷ୍ପତ୍ତି ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଆସୁଛନ୍ତି ଏବଂ ଏହି ନିଷ୍ପତ୍ତିଗୁଡ଼ିକ ଲୋକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image