ନୂଆଦିଲ୍ଲୀ,୨୧ା୪: ବିଶ୍ୱର ସବୁଠୁ ପ୍ରଭାବଶାଳୀ ରକେଟ ଭାବେ ପରିଚିତ ସ୍ପେସ୍ଏକ୍ସର ଷ୍ଟାର୍ଶିପ୍ ଗୁରୁବାର ପ୍ରଥମ ପରୀକ୍ଷା ବେଳେ ବିସ୍ଫୋରଣ ହୋଇଛି। ଚନ୍ଦ୍ର, ମଙ୍ଗଳ ଏବଂ ଅନ୍ୟ ଗ୍ରହକୁ ମହାକାଶଚାରୀଙ୍କୁ ପଠାଇବା ନିମନ୍ତେ ସ୍ପେସ୍ଏକ୍ସ ଏହି ରକେଟ ଡିଜାଇନ ପ୍ରସ୍ତୁତ କରିଥିଲା। ଟେକ୍ସାସ୍ର ବୋକା ଚିକା ଘରୋଇ ସ୍ପେସ୍ପୋର୍ଟରୁ ସ୍ଥାନୀୟ ସମୟ ପୂର୍ବାହ୍ନ ୮ଟା ୩୩ ସମୟରେ ଏହି ବିଶାଳ ରକେଟ ସଫଳତାର ସହ ଉତ୍କ୍ଷେପଣ କରାଯାଇଥିଲା। ଉପରକୁ ଉଠିବାର ୩ ମିନିଟ ପରେ ଷ୍ଟାରଶିପ୍ କ୍ୟାପ୍ସୁଲ ପ୍ରଥମ ପର୍ଯ୍ୟାୟ ରକେଟ ବୁଷ୍ଟରଠାରୁ ଅଲଗା ହୋଇଥାନ୍ତା। ଏହି ପୃଥକୀକରଣ ବିଫଳ ହେବାରୁ ରକେଟ ବିସ୍ଫୋରଣ ହୋଇଥିଲା।