ଖେତରୁ ମିଳିଲା ସ୍ପେସ୍‌ଏକ୍ସ ରକେଟ୍‌

ଇଫର୍ତ୍ତା, ୪ା୪: ଗତ ସପ୍ତାହରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ପେସ୍‌ଏକ୍ସ ରକେଟ ଫାଲ୍‌କନ୍‌-୯ ଆମେରିକାର ପୂର୍ବ ଓ୍ବାଶିଂଟନ୍‌ ରାଜ୍ୟର ଏକ ଖେତରେ ପଡ଼ିଥିବା ଜଣାଯାଇଛି। ଆମେରିକା ଉଦ୍ୟୋଗପତି ଏଲନ୍‌ମସ୍କଙ୍କ ସ୍ପେସ୍‌ଏକ୍ସ ରକେଟ ଉତ୍‌କ୍ଷୀପଣ କରାଯାଇଥିବାବେଳେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହା ଦ୍ୱାରା କେହି ମୃତାହତ ହୋଇ ନ ଥିବା କୁହାଯାଇଛି। ପୁନଃବ୍ୟବହାର ଯୋଗ୍ୟ ଏହି ରକେଟ୍‌କୁ ପୃଥିବୀ କକ୍ଷକୁ ପଠାଯିବାକୁ ସ୍ପେସଏକ୍ସ ଉଦ୍ୟମ ଚଳାଇଛି। ଏଥିରେ ପୃଥିବୀ ବାହାରକୁ ମାନବ ପରିବହନ ପାଇଁ ଯୋଜନା ରହିଛି।

Share