ଫ୍ଲୋରିଡ଼ା,୧୬।୧୧: ନାସା ଏବଂ ଏସ୍ପସ୍ ଏକ୍ସ୍ର ମିଳିତ ଉଦ୍ୟମରେ ୪ ମହାକାଶ ଯାତ୍ରୀଙ୍କ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯାଇଛି। ଫ୍ଲୋରିଡ଼ା ସ୍ଥିତ କେନେଡ଼ି ସ୍ପେସ୍ ସେଣ୍ଟରରୁ ସେମାନଙ୍କୁ ଫାଲକନ୍ ରକେଟରେ ମହାକାଶକୁ ପଠାଯାଇଛି। ମହାକାଶଚାରୀଙ୍କ ମଧ୍ୟରେ ଶାନ୍ନୋନ ଓ୍ବାକର, ଭିକ୍ଟର ଗ୍ଲୋଭର, ମାଇକ୍ ହପ୍କିନ୍ସ ଏବଂ ସୋଇଚି ନୋଗୁଚି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଭିକ୍ଟର ଗ୍ଲୋଭର ପ୍ରଥମ କୃଷ୍ଣାଙ୍ଗ ଭାବେ ମହାକାଶକୁ ଯାତ୍ରା କରିଛନ୍ତି। ମହାକାଶଚାରୀଙ୍କ ମଧ୍ୟରେ ୩ ଜଣ ଆମେରିକା ନାଗରିକଥିବାବେଳେ ଜଣେ ଜାପାନର ନାଗରିକ ରହିଛନ୍ତି। ସୋଇଚି ନୋଗୁଚି ଜାପାନର ମହାକାଶଚାରୀ। ମହାକାଶଚାରୀମାନେ ସ୍ପେସ୍ କ୍ୟାପସୁଲ୍ ରିସାଇଲେନ୍ସ୍ରେ ସହାୟତାରେ ସୋମବାର ମଧ୍ୟ ରାତ୍ରରେ ଅନ୍ତର୍ଜାତୀୟ ମହାକାଶ ଗବେଷରା କେନ୍ଦ୍ରରେ ପହଞ୍ଚିବେ ବୋଲି କୁହାଯାଉଛି। ସେଠାରେ ସେମାନେ ଆସନ୍ତା ୬ମାସ ପର୍ଯ୍ୟନ୍ତ ବିଭିନ୍ନ ଗବେଷଣା କରିବେ।