Categories: ଖେଳ

ଜୁନିୟର ପୁରୁଷ ହକି ବିଶ୍ୱକପ: ୪-୧ ଗୋଲରେ ସ୍ପେନ୍‌ଠାରୁ ହାରିଲା ଭାରତ

କୁଆଲାଲାମ୍ପୁର,୭ା୧୨: ଏଫ୍‌ଆଇଏଚ୍‌ ପୁରୁଷ ଜୁନିୟର ହକି ବିଶ୍ୱକପରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧-୪ ଗୋଲରେ ସ୍ପେନ୍‌ଠାରୁ ପରାଜିତ ହୋଇଛି। ପ୍ରଥମ ମ୍ୟାଚ୍‌ରେ କୋରିଆକୁ ପରାସ୍ତ କରିଥିବା ଭାରତୀୟ ଦଳ ପରାଜୟ ସହ ପୁଲ୍‌ ସିରେ ତୃତୀୟ ସ୍ଥାନରେ ରହିଛି।

ସ୍ପେନ୍‌ ପ୍ରଥମ ସ୍ଥାନରେ ରହିଥିବା ବେଳେ କୋରିଆ ଦ୍ୱିତୀୟ ସ୍ଥାନରେ ରହିଛି। ଶନିବାର ଭାରତ ନ୍ତିମ ମ୍ୟାଚ କାନାଡା ସହିତ ଖେଳିବ। ସ୍ପେନ୍‌ ପକ୍ଷରୁ କାବ୍ରେ ଭେର୍ଡିଏଲ(୧ ଓ ୪୧) ମିନିଟ ଏବଂ ରାଫି ଆଣ୍ଡ୍ରିଏସ୍‌(୧୮ ଓ ୬୦) ମିନିଟରେ ଦୁଇଟି ଲେଖାଏ ଗୋଲ ସ୍କୋର କରିଥିଲେ। ଭାରତ ପକ୍ଷରୁ ୩୩ତମ ମିନିଟରେ ରୋହିତ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ।

Share