ସ୍ପେନ୍‌ ନିର୍ବାଚନ: ଦକ୍ଷିଣପନ୍ଥୀ ପପୁଲାର ପାର୍ଟି ବିଜୟୀ, ବହୁମତ ନ ଥିବାରୁ ସରକାର ଗଠନ କରିବା କଷ୍ଟକର…

ମାଦ୍ରିଦ,୨୪।୭ : ସ୍ପେନର ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣନା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ସହିତ ଡଦକ୍ଷିଣପନ୍ଥୀ ପପୁଲାର ପାର୍ଟି (ପିପି) ନିର୍ବାଚନରେ ଜିତିଛି । ସ୍ପେନ ଭାଷା ଦୈନିକ ଖବରକାଗଜ ଏଲ ପଏସ ଅନୁଯାୟୀ, ଅନିଶ୍ଚିତ ଜାତୀୟ ନିର୍ବାଚନ ଗ୍ରୀଷ୍ମ ମଧ୍ୟଭାଗରେ ପ୍ରଥମ ପାଇଁ ସମ୍ପନ୍ନ ହୋଇଥିଲା।

ପୂର୍ବାନୁମାନ କରାଯାଇଥିବା ସର୍ଭେ ଅପେକ୍ଷା ସ୍ପେନର ଶାସକ ସମାଜବାଦୀ ପାର୍ଟି (ପିଏସଓଇ) ଭଲ ପ୍ରଦର୍ଶନ କରିଛି। ତେବେ ନିର୍ବାଚନରେ ଜିତିବା ସତ୍ତ୍ୱେ ଦକ୍ଷିଣପନ୍ଥୀ ଦଳ ପାଇଁ ଏକ ସଂଖ୍ୟାଗରିଷ୍ଠତା ଅଭାବରୁ ସରକାର ଗଠନ କରିବା କଷ୍ଟକର ହୋଇପଡିବ।

ପିପି ଏବଂ ଭୋକ୍ସ ପାର୍ଟି ପାଖରେ ବର୍ତ୍ତମାନ ମିଳିତ ୧୬୯ ଟି ସିଟ ଥିବାବେଳେ ପିଏସଓଇ ଏବଂ ୧୫ ଟି ଛୋଟ ବାମପନ୍ଥୀ ଦଳ ସମର ପାର୍ଟି ମିଳିତ ଭାବେ ୧୫୩ ଟି ସିଟ ପାଇଛନ୍ତି।

ସଂଖ୍ୟାଗରିଷ୍ଠତା ପାଇଁ ୧୭୬ ଟି ସିଟ ଆବଶ୍ୟକ। ତେଣୁ ପପୁଲାର ପାର୍ଟି ସମ୍ମୁଖରେ ସରକାର ଗଠନ ପାଇଁ ସମସ୍ୟା ସୃଷ୍ଟି ହୋଇଛି।

Share