Categories: ଖେଳ

ମହିଳା ଫୁଟ୍‌ବଲ ର଼୍ୟାଙ୍କିଙ୍ଗ ଘୋଷଣା: ସ୍ପେନ ପ୍ରଥମ ଥର ୧ ନମ୍ବର

ଜୁରିଚ୍‌,୧୫ା୧୨: ମହିଳା ଫୁଟବଲ ଫିଫା ର଼୍ୟାଙ୍କିଙ୍ଗ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ବିଶ୍ୱକପ୍‌ ବିଜୟୀ ସ୍ପେନ ନମ୍ବର ଓ୍ବାନ ସ୍ଥାନକୁ ଉନ୍ନୀତ ହୋଇଛି। ୟୁଫା (ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ୍ସ) ନେଶନ୍ସ ଲିଗ୍‌ ସେମିଫାଇନାଲରେ ପ୍ରବେଶ କରିବା ପରେ ସ୍ପେନ ୧ ନମ୍ବରରେ ପହଞ୍ଚିଛି।

ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ), ଫ୍ରାନ୍ସ ଏବଂ ବିଶ୍ୱକପ୍‌ ଫାଇନାଲିଷ୍ଟ ଇଂଲଣ୍ଡକୁ ପଛରେ ପକାଇ ସ୍ପେନ ପ୍ରଥମ ଥର ୧ ନମ୍ବର ହୋଇଛି। ସ୍ବିଡେନ ଚତୁର୍ଥ ସ୍ଥାନକୁ ଖସି ପଞ୍ଚମରେ ରହିଛି। ଇଣ୍ଟରନ୍ୟାଶନାଲ ଫେଡେରେଶନ ଅଫ୍‌ ଆସୋସିଏଶନ ଫୁଟ୍‌ବଲ କହିଛି, ୨୦୦୩ରେ ମହିଳା ର଼୍ୟାଙ୍କିଙ୍ଗ ପ୍ରଚଳନ ହେବାପରଠାରୁ ୟୁଏସ୍‌ଏ, ଜର୍ମାନୀ ଓ ସ୍ବିଡେନ ପରେ ସ୍ପେନ ଚତୁର୍ଥ ରାଷ୍ଟ୍ର ଭାବେ ନମ୍ବର ଓ୍ବାନ ହୋଇପାରିଛି। ଆସନ୍ତା ଫେବୃୟାରୀରେ ଫ୍ରାନ୍ସ, ଜର୍ମାନୀ ଓ ନେଦରଲାଣ୍ଡ୍ସ ସହିତ ନେଶନ୍ସ ମିନି ଟୁର୍ନାମେଣ୍ଟ ଖେଳିବ ସ୍ପେନ। ଏଥରୁ ଦୁଇଦଳ ଆୟୋଜକ ଫ୍ରାନ୍ସ ସହ ଜୁଲାଇରେ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସରେ ଯୋଗ ଦେବେ।

Share