କରୋନା ସଂକ୍ରମିତ ହେଲେ ସ୍ପେନର ରାଷ୍ଟ୍ରପତି, ଜି ୨୦ ସମ୍ମିଳନୀରେ ଯୋଗ ଦେଉ ନ ଥିବା ତୃତୀୟ ନେତା

ମ୍ୟାଡ୍ରିଡ,୮।୯: ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାଂଚେଜ ଗୁରୁବାର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି କାରଣରୁ ସେ ବର୍ତ୍ତମାନ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ପାରିବେ ନାହିଁ। ପେଡ୍ରୋ ସାଂଚେଜ ଜି -୨୦ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିବାକୁ ଯାଉଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କର ଏହି ଗସ୍ତ ବାତିଲ କରାଯାଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ସାଂଚେଜ ଲେଖିଛନ୍ତି, ଆଜି ଦିବିପ୍ରହରରେ ମୋର କରୋନା ଟେଷ୍ଟ ପଜିଟିଭ ଆସିଛି, ତେଣୁ ମୁଁ ଜି -୨୦ ସମ୍ମିଳନୀ ପାଇଁ ଦିଲ୍ଲୀ ଯାଇ ପାରିବି ନାହିଁ। ହେଲେ ମୁଁ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛି। ରାଷ୍ଟ୍ରପତି ପେଡ୍ରୋ ସାଂଚେଜଙ୍କ ସ୍ଥାନରେ ସ୍ପେନର ଉପରାଷ୍ଟ୍ରପତି ନାଦିଆ କାଲଭିନୋ, ଅର୍ଥନୈତିକ ବ୍ୟାପାର ମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ବର୍ତ୍ତମାନ ଜି -୨୦ ବୈଠକରେ ଯୋଗଦେବେ। ସୂଚନାଯୋଗ୍ୟ ଯେ ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାଂଚେଜ ହେଉଛନ୍ତି ତୃତୀୟ ନେତା ଯେକି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି -୨୦ ବୈଠକରେ ଯୋଗ ଦେଉନାହାଁନ୍ତି। ଏହାପୂର୍ବରୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଉନାହାଁନ୍ତି।

Share