ଭୁବନେଶ୍ୱର,୮।୧୨(ବ୍ୟୁରୋ): ସପ୍ତମ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା। ବୁଧବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକ ସତ୍ତ୍ୱେ ବିଧାନସଭା ଅଚଳାବସ୍ଥା । ଫଳରେ ବାଚସ୍ପତି ଅପରାହ୍ନ ୪ ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ପୂର୍ବରୁ ୧୧.୩୦ ଯାଏ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆରମ୍ଭ ହେବା କ୍ଷଣି ପୁଣି ଘଣ୍ଟ ବାଡେଇ ବିରୋଧୀ ପ୍ରତିବାଦ କରଥିଲେ। ତେବେ ଆଉ ୧୨.୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଏହାସହ ଭାଜପା ସଦସ୍ୟ ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଓ କଳା ଗାମୁଛା ଫିଙ୍ଗିଥିଲେ। କଂଗ୍ରେସ ମଧ୍ୟ ପ୍ଲାକାର୍ଡ ଦେଖାଇ ଜୋରଦାର ପ୍ରତିବାଦ କରିଛି।