Posted inଜାତୀୟ

୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

ହାଇଦ୍ରାବାଦ୍‌,୨୭।୨: ଆନ୍ଧ୍ରପ୍ରଦେଶରେ ବିଧାନସଭା ବାଚସ୍ପତି ତାମିନେନି ସୀତାରାମ ଦଳବଦଳ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ଆଠ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ ଶାସକ ଦଳ – ଯୁବଜନ ଶ୍ରମିକା ରାଇଥୁ କଂଗ୍ରେସ ପାର୍ଟି (YSRCP) ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିଥିଲେ। ଏହା ଉପରେ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେଇ ବାଚସ୍ପତି ଅନାମ ରାମନାରାୟଣ ରେଡ୍ଡୀ, ମେକାପତି ଚନ୍ଦ୍ରଶେଖର ରେଡ୍ଡୀ, କୋଟାମ ରେଡ୍ଡୀ ଶ୍ରୀଧର ରେଡ୍ଡୀ ଏବଂ ଅଣ୍ଡାଭାଲୀ ଶ୍ରୀଦେବୀଙ୍କ ସମେତ ଆଠ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।
ଓ୍ବାଇଏସ୍‌ଆର୍‌ କଂଗ୍ରେସ ବିଧାୟକଙ୍କ ବ୍ୟତୀତ ତେଲୁଗୁ ଦେଶମ ପାର୍ଟି (ଟିଡିପି), ମଡାଲିଗିରି, କରଣାମ ବଳରାମ, ଭାଲାବାନେନି ଭାମସି ଏବଂ ଭାସୁପାଲୀ ଗଣେଶଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ କରିଥିଲେ। ବାଚସ୍ପତି ମଧ୍ୟ ଏହି ଚାରିଜଣଙ୍କୁ ଅଯୋଗ୍ୟ କରିଛନ୍ତି। ସିଏମଓ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ, ଆଠ ଜଣ ବିଧାୟକ ଯେଉଁମାନେ ରାଜନୈତିକ ଦଳ ପ୍ରତି ବିଶ୍ୱାସଘାତକତା କରିଥିଲେ, ସେମାନଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଥିଲେ। ବାଚସ୍ପତିଙ୍କ ଅନୁଯାୟୀ, ଗଣତାନ୍ତ୍ରିକ ମାନକୁ ଦୁର୍ବଳ କରି ଭୋଟରଙ୍କ ଜନାଦେଶକୁ ଅପମାନିତ କରିଥିବା ବିଧାୟକଙ୍କ ବିରୋଧରେ YSRCPର ଆବେଦନରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଛି। ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ଦଳ ବଦଳାଇଥିବା ଆଠ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ସିପିର ସବୁଠୁ ଖରାପ ପ୍ରଦର୍ଶନ

ମୁମ୍ବାଇ ,୨୩ା୧୧: ଭାରତୀୟ ରାଜନୀତିରେ ଅନ୍ୟତମ ଟାଣୁଆ ନେତା ଶରଦ ପାଓ୍ବାରଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ୨୦୨୬ରେ ଶେଷ ହେବାକୁ ଯାଉଥିବା ବେଳେ ସେ ରାଜନୀତିରେ...

କ’ଣ ୯୯% ଚାର୍ଜ ଥିବା ଇଭିଏମ୍‌ ବ୍ୟାଟେରୀ ଯୋଗୁ ହାରିଗଲେ ସ୍ବରା ଭାସ୍କରଙ୍କ ସ୍ବାମୀ? ଜାଣନ୍ତୁ ଅଭିଯୋଗରେ…

ମୁମ୍ବାଇ,୨୩।୧୧:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିନେତ୍ରୀ ସ୍ବରା ଭାସ୍କର। ତାଙ୍କର ସ୍ବାମୀ ନିର୍ବାଚନରେ ପରାଜିତ ହେବା ପରେ ପୁରା ଦିନ ଭୋଟିଂ...

ନାଣ୍ଡେଡ୍‌ ଲୋକ ସଭା ଆସନ ହାତେଇଲା ଭାଜପା

ଓ୍ବାୟନାଡ୍‌,୨୩ା୧୧: ମହାରାଷ୍ଟ୍ରର ନାଣ୍ଡେଡ୍‌ ଲୋକ ସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସନ୍ତୁକରାଓ ମାରୋତରାଓ ହମ୍ବାର୍ଡେ ବିଜୟୀ ହୋଇଛନ୍ତି। ସେଠାରୁ ନିର୍ବାଚିତ ହୋଇଥିବା...

ମହାରାଷ୍ଟ୍ର ବିଜୟକୁ ନେଇ ଖୁସିରେ ଗଦ୍‌ଗଦ୍‌ ପ୍ରଧାନମନ୍ତ୍ରୀ ମୋଦି, ଝାଡ଼ଖଣ୍ଡରେ ପରାଜୟକୁ ନେଇ କହିଦେଲେ ଏମିତି…

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନଠାରୁ ଆରମ୍ଭ କରି ସାରା ଦେଶରେ ହୋଇଥିବା ଉପନିର୍ବାଚନରେ ଭାଜପାର ପ୍ରଚଣ୍ଡ ବିଜୟକୁ ନେଇ ଖୁସିରେ ଗଦ୍‌ଗଦ୍‌ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ନିର୍ବାଚନ ଡେବ୍ୟୁରେ ଭାଇ ରାହୁଲଙ୍କୁ ପଛରେ ପକାଇଦେଲେ ପ୍ରିୟଙ୍କା, ୪ ଲକ୍ଷରୁ ଅଧିକ ଭୋଟ୍‌ରେ ବାଜିମାତ

ଓ୍ବାୟନାଡ଼,୨୩।୧୧: କେରଳର ଓ୍ବାୟନାଡ଼ ଲୋକ ସଭା ଆସନରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିପୁଳ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ...

ଝାଡଖଣ୍ଡରେ ବାଜି ମାରିଲେ ଓଡ଼ିଆ ଝିଅ, ପୁଣି ସୋରେନ ସରକାର

ରାଞ୍ଚି,୨୩।୧୧: ଝାଡଖଣ୍ଡର ବହୁ ଚର୍ଚ୍ଚିତ ସିଟ୍‌ ଦଖଲ କରିଛି ଜେଏମଏମ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ସୁମାର ଗୋଣ୍ଡେୟ ବିଧାନସଭା ଆସନରେ ବଡ଼...

ମୋ ପୁଅ ହେବ ମୁଖ୍ୟମନ୍ତ୍ରୀ: କହୁ କହୁ କହିଦେଲେ ଫଡନଭିସଙ୍କ ମା’

ନୂଆଦିଲ୍ଲୀ,୨୩।୧୧: ୨୦୨୪ ମହାରାଷ୍ଟ୍ର ନିର୍ବାଚନରେ ବମ୍ପର ବିଜୟ ହାସଲ କରିଛି ମହାୟୁତି। ବର୍ତ୍ତମାନ ପ୍ରାୟ ସ୍ପଷ୍ଟ ହୋଇଛି, ଭାଜପା ସର୍ବବୃହତ ଦଳ ଭାବରେ ଉଭା ହୋଇଛି।...

ଉତ୍ତରପ୍ରଦେଶ ଉପ ନିର୍ବାଚନ:ଏଥର ଖେଳ କରିଦେଲା…

ଲକ୍ଷ୍ନୌ,୨୩।୧୧: ଉତ୍ତରପ୍ରଦେଶରେ ଖାଲି ପଡିଥିବା ଆସନ ମଧ୍ୟରୁ ୯ ଆସନରେ ଉପ ନିର୍ବାଚନ ହୋଇଛି । ଟ୍ରେଣ୍ଡ ଅନୁସାରେ ଭାଜପା ୭ଟି ଆସନରେ ଆଗୁଆ ରହିଥିବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri