ଭୁବନେଶ୍ୱର,୧୦।୬(ବ୍ୟୁରୋ): ଆସନ୍ତା ୧୩ରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ। ଏଥିପାଇଁ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିବାର ଶେଷ ସମୟ ଥିଲା। ତେବେ ବାଚସ୍ପତି ନିର୍ବାଚନ ପାଇଁ ବିକ୍ରମ କେଶରୀ ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ବିକ୍ରମ କେଶରୀ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଥିଲେ। ବିକ୍ରମ କେଶରୀ ଆରୁଖ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ବିଭିନ୍ନ ବରିଷ୍ଠ ନେତା ଉପସ୍ଥିତ ଥିଲେ ।