Categories: ଜାତୀୟ

ଆଉ ବିଳମ୍ବ କରିବି ନାହିଁ: ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲାରେ କହିଲେ ନାର୍ଭେକର

ମୁମ୍ବାଇ,୨୧।୯: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଗୁରୁବାର ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲା ଉପରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲାର ନିଷ୍ପତ୍ତିରେ ଆଉ ବିଳମ୍ବ କରିବି ନାହିଁ।   ଏହା ସହିତ ସେ ଯାହା ନିଷ୍ପତ୍ତି ନେବେ ତାହା ସାମ୍ବିଧାନିକ ହେବ ବୋଲି କହିଛନ୍ତି।

ଗତ ବର୍ଷ ଜୁନ ମାସରେ ଏକନାଥ ଶିନ୍ଦେ ତାଙ୍କ ସମର୍ଥକ ବିଧାୟକଙ୍କ ସହ ଶିବସେନାଠାରୁ ଅଲଗା ହୋଇଥିଲେ। ଏହା ପରେ ସେ ଭାରତୀୟ ଜନତା ପାର୍ଟିର ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଉଦ୍ଧବ ଠାକରେ ନେତୃତ୍ୱାଧୀନ  ଦଳ ବିରୋଧୀ ଆଇନ ଅଧୀନରେ ଶିନ୍ଦେଙ୍କ ସହିତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ମେ’ ୧୧ରେ ସୁପ୍ରିମକୋର୍ଟ ଅଯୋଗ୍ୟ ମାମଲା ଉପରେ ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

Share