ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, କହିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗ ଉପରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ। ୨୫ ସୁଦ୍ଧା ନିର୍ଦ୍ଧରିତ ସମୟରୁ ୩୯ ଘଣ୍ଟା ୨ ମିନିଟ୍‌ ଗୃହ ଚାଲିପାରିନାହିଁ। ୨୧ରେ ଉପବାଚସ୍ପତି ବିଶୃଙ୍ଖଳିତ ଆଚରଣରୁ ନିବୃତ ରହିବାକୁ କହିଥିଲେ। ଏସବୁ ସତ୍ତ୍ବେ ବିଶୃଙ୍ଖଳ ଆଚରଣ ଜାରି ରଖିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୧୨ କଂଗ୍ରେସ ବିଧାୟକଙ୍କୁ ମଙ୍ଗଳବାର ନିଲମ୍ବନ କରାଯାଇଥିଲା। ଏହାପରେ ବି ସେମାନେ ଗୃହ ପରିତ୍ୟାଗ ନ କରି ଅହୋରାତ୍ର ଧାରଣା ଦେବେ ଜଣାଇଥିଲେ। ବିଧାୟକଙ୍କ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ରାତି ୯ଟାରେ କଂଗ୍ରେସ ସଦସ୍ୟ ଓ କର୍ମୀ ଆକ୍ରମଣ କରିଥିଲେ। ବିଧାନସଭା ବାରଣ୍ଡାକୁ ଆସି ମାର୍ଶଲ, ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ, ଯେଉଁଥିରେ ସେମାନେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ବାଚସ୍ପତି କହିଛନ୍ତି।

ପ୍ରକାଶ ଯେ, ମଙ୍ଗଳବାର ବିଧାନସଭାରୁ ୧୨ ଜଣ ବିଧାୟକଙ୍କୁ ସସ୍‌ପେଣ୍ଡ  କରାଯାଇଥିବା ବେଳେ ବୁଧବାର ଆଉ ଦୁଇ କଂଗ୍ରେସ ବିଧାୟକଙ୍କୁ ସସ୍‌ପେଣ୍ଡ୍‌ କରାଯାଇଥିଲା। ଏହି ଦୁଇ ବିଧାୟକ ହେଲେ କୋରାପୁଟ ଜିଲା ଜୟପୁରର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ଗଞ୍ଜାମ ଜିଲାର ସାନଖେମୁଣ୍ଡି ବିଧାୟକ ରମେଶ ଜେନା।

ଉଭୟଙ୍କୁ ବାଚସ୍ପତି ସୁରମା ପାଢ଼ୀ ସସ୍‌ପେଣ୍ଡ୍‌ କରିଥିଲେ। ବାଚସ୍ପତିଙ୍କ ତାଗିଦ୍‌ ସତ୍ତ୍ୱେ ଉଭୟ ବିଧାୟକ ଗୃହ ମଧ୍ୟରେ ଘଣ୍ଟ ପିଟି ଚାଲିଥିଲେ। ଏପରି ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ଉଭୟଙ୍କୁ ଗୃହରୁ ୭ ଦିନ ପାଇଁ ନିଲମ୍ବନ କରିଥିଲେ। ଏହିପରି ମୋଟ୍‌ ୧୪ ବିଧାୟକ ସସ୍‌ପେଣ୍ଡ୍‌ ହୋଇଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା, ସୋଫିଆ ଫିର୍ଦ୍ଦୋସ, ମଙ୍ଗୁ ଖିଲ ଓ ନୀଳମାଧବ ହିକକାଙ୍କୁ ନିଲମ୍ବନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ

ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଣୀବିହାର ମଧୁସୂଦନ ହଷ୍ଟେଲ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ଫିଲୋସୋଫି(ଦର୍ଶନ...

ଉତ୍କଳ ଦିବସ ୨୦୧୦ରୁ ଓଡ଼ିଶା ଦିବସ ହୋଇଗଲାଣି: ଜୟନାରାୟଣ

ଭୁବନେଶ୍ୱର,୩୦ା୩(ସୁନିତ୍‌ ମିଶ୍ର): ଉତ୍କଳ ଦିବସକୁ ନେଇ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ବିବାଦୀୟ ବୟାନ ଦେଇଛନ୍ତି। ଶନିବାର ବିଧାନସଭା ବାହାରେ ସେ କହିଛନ୍ତି, ଆଉ ଉତ୍କଳ...

ଆସୁଛି କାଳବୈଶାଖୀ: ୬ଜିଲାରେ ଛେଚିବ

ଭୁବନେଶ୍ୱର,୩୦ା୩(ଅନୁରାଧା ମହାରଣା):ପାଣିପାଗକୁ ନେଇ ପୁଣି ବଡ଼ ଖବର । ପୁଣି ମିଳିବ ଆଶ୍ବସ୍ତି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଆକଳନ ଅନୁଯାୟୀ,...

ନବୀନଙ୍କୁ ଟାର୍ଗେଟ କଲେ ମୋହନ, କହିଲେ କାଗଜ ବାଘ…

ଭୁବନେଶ୍ୱର, ୩୦ା୩(ସୁନିତ୍‌ ମିଶ୍ର): ନାରୀ ନିର୍ଯାତନା ପ୍ରସଙ୍ଗରେ ବିରୋଧୀ ଯଦି ଆଲୋଚନା କରିବାକୁ ଚାହାନ୍ତି ତେବେ ଆସନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ତଥ୍ୟଭିତ୍ତିକ ଆଲୋଚନା...

ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲା: ଶାଶୁଙ୍କୁ ଆଜୀବନ କାରାଦଣ୍ଡ, ଜ୍ୱାଇଁ ଖଲାସ

ସୁନ୍ଦରଗଡ଼,୨୯ା୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଭବାନୀପୁରରେ ୨୦୨୧ରେ ଘଟିଥିବା ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି।...

ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ଅଶୋକ ସଭାପତି

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ) ୨୦୨୫-୨୬ବର୍ଷ ପାଇଁ ଶନିବାର ଭୁବନେଶ୍ୱର ବାର ଆସୋସିଏଶନ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି। ବାର୍‌ ଆସୋସିଏଶନ ସଭାପତି ପଦ ପାଇଁ...

କଂଗ୍ରେସ ଆନ୍ଦୋଳନ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣା: ଜଣେ ଗିରଫ 

ଭୁବନେଶ୍ୱର,୨୯।୩: କଂଗ୍ରେସର ‘ବିଧାନସଭା ଘେରାଓ’ କାର୍ଯ୍ୟକ୍ରମ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି।ସେ ହେଲେ ଭୁବନେଶ୍ୱର...

ଜଣାପଡିଲା ସୁଜାତାଙ୍କ VRS ପଛର କାରଣ! କହିଦେଲେ ବିଜେଡି ନେତା

ଭୁବନେଶ୍ୱର,୨୯।୩: IAS ସୁଜାତା କାର୍ତ୍ତିକେୟନଙ୍କ ସ୍ବେଚ୍ଛାକୃତ ଅବସରକୁ ନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ୨୦୦୦ ବ୍ୟାଚର ଏହି ଆଇଏଏସ ଅଧିକାରୀ କେନ୍ଦ୍ର ସରକାରଙ୍କ ଅନୁମୋଦନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image