ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶୁକ୍ରବାର ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଉପବାଚସ୍ପତିଙ୍କୁ ପଠାଇଥିବା କହିଛନ୍ତି। ବ୍ୟକ୍ତିଗତ କାରଣ ଯୋଗୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ତେବେ ଆରୁଖ ଇସ୍ତଫା ଦେବା ପରେ ଖବରଦାତା ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସରକାର ଏବଂ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତ୍ୟେକ ଦାୟିତ୍ୱ ସୁଚାରୁରୂପେ ତୁଲାଇବି ଏବଂ ଆଗକୁ ମଧ୍ୟ ରାଜନୈତିକ ଜୀବନରେ ନିଷ୍ଠାର ସହ କାମ କରିବି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ସମୟରେ ହଠାତ୍‌ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Share