‘ସମ୍ବିଧାନ ସୁରକ୍ଷାରେ ବାଚସ୍ପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ହିମାଚଳ ପ୍ରଦେଶର ସିମ୍‌ଲାଠାରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଓଡ଼ିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଛନ୍ତି। ୧୯୨୧ ମସିହାରେ ପ୍ରଥମଥର ପାଇଁ ସିମ୍‌ଲାଠାରେ ସର୍ବ ଭାରତୀୟ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ୧୭ ଓ ୧୮ ତାରିଖରେ ଶତ ବାର୍ଷିକୀ ଉତ୍ସବ ପାଳିତ ହେଉଛି।

ଆଜି ଉଦ୍‌ଘାଟନୀ ଉତ୍ସବରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଅଧ୍ୟକ୍ଷତା କରିଛନ୍ତି। ମୁଖ୍ୟ ଅତିଥି ଭାବେ ପ୍ରଧଶନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିବଲେ। ଏହି ଅଧିବେଶନରେ ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ବିପିନ ସିଂ ପରମ ସ୍ବାଗତ ଭାଷଣ ଦେଇଥିବା ବେଳେ ବିରୋଧୀ ଦଳ ନେତା ମୁକେଶ ଅଗ୍ନିହୋତ୍ରୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ହିମାଚଳ ପ୍ରଦେଶ ମୁଖମନ୍ତ୍ରୀ ଜୟରାମ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ‘ସମ୍ବଧାନ, ଗୃହ ଏବଂ ଜନସାଧାରଣଙ୍କ ପ୍ରତି ଗୃହ ଅଧ୍ୟକ୍ଷଙ୍କ ଦାୟିତ୍ୱ ରହିଛ। ସମ୍ବିଧାନ ସୁରକ୍ଷାରେ ବାଚସ୍ପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

Share