ନାଟୋ ଶିଖର ସମ୍ମିଳନୀରେ କଥା କହୁ କହୁ ଜେଲେନକ୍ସିଙ୍କୁ ଭ୍ଲାଡିମିର କହିଲେ ବାଇଡେନ…

ଭିଲ୍ନିୟସ,୧୩।୭ : ଉତ୍ତର ରାଷ୍ଟ୍ରପତି ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭୁଲରେ ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଜେଲେନସ୍କିଙ୍କୁ ଭ୍ଲାଡିମିର ବୋଲି କହିଥିଲେ। ଲିଥୁଆନିଆର ରାଜଧାନୀ ଭିଲ୍ନିୟସରେ ଏକ ଖବରଦାତା ସମ୍ମିଳନୀରେ ଜୋ ବାଇଡେନ କହିଥିଲେ ଭ୍ଲାଡିମିର ଏବଂ ମୁଁ ଏତେ ନିକଟତର ହେବା ଉଚିିତ ନୁହେଁ। ସେ ଏହା ଜାରି ରଖିବା ପୂର୍ବରୁ ନିଜର ମନ୍ତବ୍ୟକୁ ସଂଶୋଧନ କରିଥିଲେ।

ଟୁଇଟରରେ ଭିଡିଓ ପୋଷ୍ଟ କରିବାବେଳେ ପିଅର୍ସ ମୋର୍ଗାନ ବାଇଡେନଙ୍କ ଭୁଲ ଦର୍ଶାଇଛନ୍ତି। ମୋର୍ଗାନଙ୍କ ପୋଷ୍ଟକୁ ନେଇ ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଟୁଇଟର ୟୁଜର ଏହାକୁ ସମ୍ପୂର୍ଣ୍ଣ ଅବିଶ୍ୱସନୀୟ ବୋଲି କହିଥିବା ବେଳେ ଅନ୍ୟ ଜଣେ ଉତ୍ତର ଦେଇଛନ୍ତି, ଏହି ବୃଦ୍ଧଙ୍କୁ ବର୍ତ୍ତମାନ ବିଶ୍ରାମ ନେବା ଆବଶ୍ୟକ। କେହି କେହି ଭୋଲୋଡିମିର ଏବଂ ଭ୍ଲାଡିମିରଙ୍କ ମଧ୍ୟରେ ସମାନତାକୁ ଲକ୍ଷ୍ୟ କରି ବାଇଡେନଙ୍କ ପ୍ରତି ସମବେଦନା ଜଣାଇ ଏହା ଏକ ଛୋଟ ଭୁଲ ବୋଲି କହିଛନ୍ତି। ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, ସମାନ ନାମ, ଭିନ୍ନ ବନାନ । ଧ୍ୟାନ ଦେବାକୁ ପଡ଼ିବ।

ବାସ୍ତବରେ, ୟୁକ୍ରେନର ରାଷ୍ଟ୍ରପତିଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ଭୋଲୋଡିମିର ଜେଲେନସ୍କି ଏବଂ ରୁଷିଆର ରାଷ୍ଟ୍ରପତିଙ୍କ ନାମ ଭ୍ଲାଦିମିର ପୁଟିନ। ଦୁହିଁଙ୍କ ପ୍ରାରମ୍ଭରେ ସାମାନ୍ୟ ପାର୍ଥକ୍ୟ ଅଛି, କିନ୍ତୁ ୟୁକ୍ରେନର ରାଷ୍ଟ୍ରପତିଙ୍କୁ ଜେଲେନସ୍କି ନାମରେ ସମ୍ବୋଧିତ କରାଯାଉଛି ।

Share