Categories: ଖେଳ

ପ୍ରତି ମ୍ୟାଚ ପୂର୍ବରୁ ପାପାଙ୍କ ସହିତ କଥା ହେଉଛି, ଆଇପିଏଲରେ ପ୍ରଥମ ଓ୍ବିକେଟ ନେବା ପରେ କହିଲେ ଅଜୁର୍ନ ତେନ୍ଦୁଲକର…

କୋଲକାତା,୧୯।୪ : ଆଇପିଏଲ ୨୦୨୩ ରେ ତାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଜିତାଇବା ପରେ ଅର୍ଜୁନ ତେନ୍ଦୁଲକର ତାଙ୍କ ପିତାଙ୍କ ସହ ହୋଇଥିବା ବାର୍ତ୍ତାଳାପକୁ ପ୍ରକାଶ କରିଛନ୍ତି। ଏହି ମ୍ୟାଚ ଅର୍ଜୁନଙ୍କ ପାଇଁ ସ୍ମରଣୀୟ ହେବ, କାରଣ ଏହି ମ୍ୟାଚରେ ସେ ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ୱିକେଟ ପାଇଥିଲେ। ୨୩ ବର୍ଷ ବୟସ୍କ ଅର୍ଜୁନ ନିଜର ପ୍ରଥମ ଆଇପିଏଲ ୱିକେଟ ପାଇବା ପାଇଁ ଶେଷ ଓଭରରେ ଚମତ୍କାର ବୋଲିଂ କରିଥିଲେ। ଏହି ସମୟରେ ତାଙ୍କ ପିତା ସଚିନ ତେନ୍ଦୁଲକର ମଧ୍ୟ ଡ୍ରେସିଂ ରୁମରେ ଉପସ୍ଥିତ ଥିଲେ।

ମ୍ୟାଚ ପରେ ତାଙ୍କ ଖେଳ ବିଷୟରେ ଅର୍ଜୁନ କହିଛନ୍ତି, ହଁ ମୋର ପ୍ରଥମ ଆଇପିଏଲ ୱିକେଟ ପାଇବା ବହୁତ ଭଲ ଥିଲା। ଆମ ପାଖରେ କଣ ଅଛି, ଯୋଜନା କ’ଣ ଏବଂ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଉପରେ ଧ୍ୟାନ ଦେବାକୁ ପଡିଥିଲା। ଆମର ଯୋଜନା ଥିଲା କେବଳ ଅଫ ଷ୍ଟମ୍ପ ବାହାରେ ବୋଲିଂ କରିବା ଆବଶ୍ୟକ, ଯାହା ଦ୍ୱାରା ବ୍ୟାଟ୍ସମ୍ୟାନ ପଡ଼ିଆର ଦୀର୍ଘ ଦୂରତା ଆଡକୁ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିବେ ।

ମୁଁ ବୋଲିଂକୁ ଭଲ ପାଏ, ଅଧିନାୟକ ମୋତେ ଯେ କୌଣସି ସମୟରେ ବୋଲିଂ କରିବାକୁ କୁହନ୍ତି ମୁଁ ଖୁସି ହୋଇଥାଏ। ମୁଁ କେବଳ ଦଳର ଯୋଜନା ଅନୁସାରେ କାମ ରହିବାକୁ ଚେଷ୍ଟା କରେ ଏବଂ ମୋର ସର୍ବୋତ୍ତମ ପ୍ରଦର୍ଶନ କରେ। ପ୍ରତି ମ୍ୟାଚ ପୂର୍ବରୁ ପାପାଙ୍କ ସହିତ ମୁଁ କଥା ହୋଇଥାଏ। ଆମେ ପୂର୍ବରୁ ରଣନୀତି ବିଷୟରେ ଆଲୋଚନା କରିଥାଊ। ମୁଁ କେବଳ ମୋର ବୋଲିଂ ଉପରେ ଧ୍ୟାନ କେନ୍ଦ୍ରୀତ କରିଥାଏ।

Share