ଭାରତୀୟ ଅଲିମ୍ପିକ ସଂଘର ସଭାପତିଙ୍କ ସହ କଥାହେଲେ ମୋଦି, ହୋଇପାରେ…

ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ସ୍ବର୍ଣ୍ଣ ପଦକ ଜିତିବାର ଭାରତର ତାରକା ରେସଲର ଭିନେଶ ଫୋଗଟଙ୍କ ସ୍ବପ୍ନ ଭାଙ୍ଗି ଯାଇଛି। ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ କରାଯାଇଛି। ଯାହାପରେ ଭାଙ୍ଗି ପଡିଛନ୍ତି ଭିନେଶ। ଅତ୍ୟଧିକ ଚାପ ଓ ଅସୁସ୍ଥତାରେ ରହିବାରୁ ସେ ଅଚେତ ହୋଇ ପଡିଛନ୍ତି।

ତେବେ ଭିନେଶଙ୍କ ଡିସକ୍ୱାଲିଫାଇଡକୁ ନେଇ ଭାରତୀୟ ଅଲିମ୍ପିକ ସଂଘ ସଭାପତିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। IOA ସଭାପତି ପିଟି ଉଷାଙ୍କ ସହ କଥା ହୋଇଛନ୍ତି ପିଏମ । କେମିତି ଭିନେଶଙ୍କୁ ସହାୟତା କରାଯାଇପାରିବ ସେନେଇ ଆଲୋଚନା କରିଛନ୍ତି ।

ଭିନେଶଙ୍କ ପାଇଁ ସୋସିଆଲ ମିଡିଆ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରବୋଧନା ଦେଇଛନ୍ତି। ସେ କହିଛନ୍ତି, ଭିନେଶ, ତୁମେ ଚାମ୍ପିଅନଙ୍କ ଭିତରେ ଚାମ୍ପିଅନ।
ତୁମେ ଭାରତ ପାଇଁ ଗର୍ବ, ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା। ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କର, ଆମେ ସମସ୍ତେ ତୁମ ସହ ଅଛୁ।

ସୂଚନାଥାଉ କି, ପ୍ୟାରିସ ଅଲିମ୍ପିକ୍ସରେ ସେ ଫାଇନାଲରେ ପହଞ୍ଚିବାକୁ ନେଇ ସାରା ଦେଶରେ ଆନନ୍ଦର ଲହରି ଖେଳି ଯାଇଥିଲା। ତାଙ୍କୁ ନେଇ ଜୋରସୋରରେ ଆଲୋଚନା ମଧ୍ୟ ଜାରି ରହିଥିଲା। ହେଲେ ତାଙ୍କର ଅଲିମ୍ପିକ୍ସରେ ମେଡାଲ ଜିତିବା ସ୍ବପ୍ନ ଅଧାରେ ରହିଯାଇଛି। କିନ୍ତୁ ସେ ଗତକାଲି ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ହରାଇଥିଲେ। ପରବର୍ତ୍ତୀ ମ୍ୟାଚରେ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ୟୁକ୍ରେନ୍ର ଓକସାନା ଲିଭାଚଙ୍କୁ ହରାଇ ଇତିହାସ ରଚିଥିଲେ ଭିନେଶ।

Share