ପାରଳାଖେମୁଣ୍ଡି,୩।୭(ଡି.ଏନ୍.): ପାରଳାଖେମୁଣ୍ଡିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ଏହି ଅବସରରେ ସେଠାରେ ପ୍ରସାଦସେବନ ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯାତ୍ରା କମିଟି ପକ୍ଷରୁ ପ୍ରସାଦ ପ୍ରସ୍ତୁତ କରାଯାଇ ପ୍ରତିଦିନ ପ୍ରଥମେ ତିନି ଠାକୁରଙ୍କ ପାଖରେ ଲାଗି କରାଯାଉଛି। ପରେ ଏହାକୁ ଶ୍ରଦ୍ଧାଳୁମାନଙ୍କୁ ପରଷା ଯାଉଛି। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ଏପରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ରଥଯାତ୍ରା ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଏବଂ ବିଭିନ୍ନ ଅଧ୍ୟୁଷିତ ଅଞ୍ଚଳରୁ ଏଠାକୁ ଶ୍ରଦ୍ଧାଳୁମାନେ ଆସୁଥିବା ବେଳେ ପ୍ରସାଦ ସେବନର ସୁଯୋଗ ପାଇ ନିଜକୁ ଧନ୍ୟ ମନେକରୁଛନ୍ତି। ସମସ୍ତ କାର୍ଯ୍ୟକ୍ରମରେ ଯାତ୍ରା କମିଟି ପକ୍ଷରୁ ରାମନାଥ ମିଶ୍ର, ବସନ୍ତ ପଣ୍ଡା, ସଞ୍ଜୟ ଅଧିକାରୀ ଓ ମଣ୍ଟୁ ଦାସ ପ୍ରମୁଖ ସହଯୋଗ କରୁଛନ୍ତି।